ଶାରୀରିକ ସଂପର୍କ ନ ରଖିବାରୁ ସ୍ତ୍ରୀକୁ ଛୁରି ଭୁସି ହତ୍ୟା କଲା କର୍କଟ ପୀଡ଼ିତ ସ୍ୱାମୀ

ନୋଏଡ଼ା : ଦିଲ୍ଲୀର ନୋଏଡ଼ାରେ ଘଟିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀର ଅନ୍ୟ କାହା ସହ ଅନୈତିକ ସଂପର୍କ ଥିବା ଭାବି ଛୁରି ଭୁସି ନିର୍ମମ ଭାବରେ ହତ୍ୟ କରିଛି ସ୍ୱାମୀ । ଅଭିଯୁକ୍ତ ଜଣଙ୍କ କର୍କଟ ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଛି । ଏହି ହତ୍ୟା ଘଟଣାକୁ ନେଇ ସ୍ୱାମୀକୁ ଗିରଫ କରାଯିବା ପରେ ଶାରୀରିକ ସଂପର୍କ ନ ରଖିବାରୁ ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି ବୋଲି ସ୍ୱୀକାର କରିଥିଲା ଅଭିଯୁକ୍ତ ସ୍ୱାମୀ ।

DNA India

ସୂଚନା ମୁତାବକ, ୬ମାସ ପୂର୍ବରୁ କର୍କଟ ରୋଗରେ ପୀଡ଼ିତ ବୋଲି ଜାଣିବାକୁ ପାଇଥିଲେ ମହେଶ । ମହେଶଙ୍କ ରୋଗ ବିଷୟରେ ଜାଣି ମହେଶଙ୍କ ସ୍ତ୍ରୀ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ମନା କରି ଦେଇଥଲେ । ଏହା ସହ କର୍କଟ ରୋଗରେ ପୀଡ଼ିତ ହେବା ପରେ ମହେଶ ଘରେ ବସି ରହିଥିଲେ । ଯାହା ଫଳରେ ତାଙ୍କ ସ୍ତ୍ରୀଙ୍କୁ ବାହାରେ ଯାଇ କାମ କରିବାକୁ ପଡ଼ିଥିଲା । ପୂର୍ବରୁ ମହେଶ ନିଜ ପରିବାର ସହ ଉତ୍ତରପ୍ରଦେଶର ଲଲିତପୁର୍‌ରେ ରହୁଥିବା ବେଳେ ଚାକିରି କରିବା ପାଇଁ ତାଙ୍କ ସ୍ତ୍ରୀ ନୋଏଡ଼ାରେ ରହୁଥିବା ତାଙ୍କ ଭାଇଙ୍କ ସହ ଆସି ରହୁଥିଲେ । ମହେଶଙ୍କ ସ୍ତ୍ରୀ ନିଜ ସହ ନିଜର ଦୁଇ ପିଲାଙ୍କୁ ମଧ୍ୟ ସାଥିରେ ରଖି ରହୁଥିଲେ ବୋଲି ଜଣା ପଡ଼ିଛି । ବୁଧବାର ମହେଶ ନିଜ ପରିବାରକୁ ଦେଖା କରିବା ପାଇଁ ଦିଲ୍ଲୀ ଆସିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀକୁ ଛାତ ଉପରେ ଏକା ଶୋଇଥିବା ଦେଖି ଛୁରି ଭୁସି ହତ୍ୟା କରିଥିଲେ ମହେଶ । ପୀଡ଼ିତାଙ୍କ ପାଟି ଶୁଣି ତାଙ୍କ ଭାଇ ଉପରକୁ ଆସିବା ବେଳକୁ ମହେଶ ସେଠାରୁ ଫେରାର ହୋଇ ଯାଇଥିଲେ । ତୁରନ୍ତ ପୀଡ଼ିତାଙ୍କୁ ଡ଼ାକ୍ତରଖାନ ନିଆ ଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ୪ଦିନ ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର