ସ୍ବାମୀଙ୍କ ଉପ‌ରେ ବସି ପଡ଼ିଲେ ସ୍ତ୍ରୀ, ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ବାସ୍ତବରେ କ’ଣ ଏମିତି ଘଟଣା ଘଟିଥାଇପାରେ ବୋଲି ମନରେ ପ୍ରଶ୍ନ ବି ଆସୁଥାଇ ପାରେ। ଆଜ୍ଞା ହଁ ବାସ୍ତବରେ ଏମିତି ଘଟଣା ଘଟିଛି। ଋଷରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ମଦ ନିଶାରେ ୧୦୧ କେଜି ଓଜନର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ବସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କ ପ୍ରାଣାବାୟୁ ଉଡ଼ି ଯାଇଥିଲା।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଋଷରେ ବସବାସ କରୁଥବା ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କିଛିଦିନ ତେ୍ଳେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । । ସ୍ବାମୀ ଜୋରଜୋର ପାଟି କରି ସ୍ତ୍ରୀଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ। ଏଥିରେ ସ୍ତ୍ରୀ ବିରକ୍ତ ହୋଇ ସ୍ବାମୀଙ୍କୁ ଚୁପ ରହିବାକୁ କହିଥିଲେ। କିନ୍ତୁ ସ୍ବାମୀ ସ୍ତ୍ରୀଙ୍କ କୌଣସି କଥା ଶୁଣି ନଥିଲେ।

ଶେଷରେ କିଛି ଉପାୟ ନପାଇ ନିଶାରେ ଥିବା ୧୦୧କେଜି ଓଜନର ସ୍ତ୍ରୀ ସ୍ବାମୀ ଖଟରେ ଶୋଇଥିବା ବେଳେ ସେ ତାଙ୍କ ମୁହଁ ଉପରେ ବସି ପଡ଼ିଥିଲେ। ଫଳରେ ଅଣବିଶ୍ବାସୀ ହୋଇ ସ୍ବାମୀଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏଭଳି ଅବସ୍ଥା ଦେଖି ସ୍ବାମୀ-ସ୍ତ୍ରୀଙ୍କ ଝିଅ ଘରୁ ବାହାରି ଯାଇ ପଡ଼ିଶା ଘର ଲୋକଙ୍କୁ ଡାକି ଆଣିଥିଲେ। ଏହାପରେ ତୁରନ୍ତ ସ୍ବାମୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ‌ନେଇ ମହିଳାଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ସ୍ବାମୀଙ୍କୁ ମାରିବାକୁ ଚାହୁଁ ନଥିଲେ । ସ୍ବାମୀ ବହୁତ ପାଟି କରୁଥିବାରୁ ସେ ତାଙ୍କୁ ଚୁପ୍ କରିବା ପାଇଁ ମୁହଁ ଉପରେ ବସି ପଡିଥିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ତ୍ରୀ ପୁଲିସ ସମ୍ମୁଖରେ ନିଜ ଦୋଷ ମାନି ଯାଇଥିଲେ। ପୁଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର