ପତ୍ନୀଙ୍କୁ ଫୋନ୍‌ରେ ତିନି ତଲାକ କହି ବିବାହିତା ଶାଳୀକୁ ଧରି ଯୁବକ ଫେରାର

ନୋଇଡ଼ା: ତିନି ତଲାକ୍‌ ବ୍ୟବସ୍ଥା ବେଆାଇନ୍‌ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିବା ସତ୍ତ୍ୱେ ଏହା ଏ ପର୍ଯ୍ୟନ୍ତ ତଳସ୍ତରରେ ଠିକ୍‌ ଭାବେ କାର୍ଯ୍ୟ କାରୀ ହୋଇ ପାରି ନାହିଁ ର୍। ନୋଇନାର ଜଣେ ୩୭ ବର୍ଷୀୟ ଡ୍ରାଇଭର ନିଜ ବିବାହିତ ଶାଳୀଙ୍କୁ ନେଇ ଘର ଛାଡ଼ି ପଳାଇବା ପରେ ନିଜ ବିବାହିତା ପତ୍ନୀଙ୍କୁ ଟେଲିଫୋନ୍‌ରେ ତିନି ତଲାକ ଦେଇଥିବା ନେଇ ଅଭିଯୋଗ ହୋଇଛି।
ପୁଲିସ ସୂତରୁ ପ୍ରକାଶ ଯେ ଯେ ନୋଇଡ଼ାର କାଶିମ ନାମକ ଜଣେ ଯୁବକ ଟ୍ରକ୍‌ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ଓ ପତ୍ନୀ ସମ୍ମନ(୩୦) ଓ ୭ ବର୍ଷର ଝିଅ ସହିତ ହିନ୍ଦନ ବିହାରରେ ଏକ ଭଡ଼ା ଘରେ ରୁହନ୍ତି। ଦାଦ୍ରି ଥାନରେ ହୋଇଥିବା ଅଭିଯୋଗ ଅନୁଯାୟୀ, ୨୦୦୭ ମସିହାରେ ସମ୍ମନ ଓ କାସିମଙ୍କ ମଧ୍ୟରେ ବିବାହ ହୋଇଥିଲା ଓ ସେମାନେ ଉତ୍ତରପ୍ରଦେଶର କୁଜୁରୁରେ ରହୁଥିଲେ। ପରେ ସେମାନେ ହିନ୍ଦନ ବିହାରକୁ ଚାଲି ଆସିଥିଲେ। ତେବେ ଗତ ଅକ୍ଟୋବର ମାସ ୨୧ ତାରିଖ ଦିନ କାସିମ ଦାଦ୍ରିସ୍ଥିତ ତାଙ୍କ ବିବାହିୀତା ଶାଳୀଙ୍କ ଘରକୁ ଆସିଥିଲା। ଘରେ ସେତେବେଳେ ତାଙ୍କ ଶାଳୀଙ୍କ ସ୍ୱରମୀ ଓ୍ଵସିିମ ନ ଥିବା ବେଳେ ତାଙ୍କ ଭଉଣୀ ଓ ପତ୍ନୀ ରୁକୈୟା ଘରେ ଥିଲେ। ସେହିଦିନ କାସିମ ରୁକୈୟାଙ୍କୁ ଧରି ଫେରାର ହୋଇ ଯାଇଥିଲେ। ଗଲାବେଳେ ରୁକୈୟା ସାଙ୍ଗରେ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ। ପରେ ସେମାନେ ବିବାହ କରିବା ସହିତ ନିଜ ନିଜ ଫୋନ୍‌ ବନ୍ଦ କରି ଲୁଚିି ରହିଥିଲେ । ଏ ନଇ ଦାଦ୍ରି ଥାନରେ ଓ୍ଵାମିସ ଅଭିଯୋଗ କରିଛନ୍ତି।।

ତେବେ ଜଣେ ସମ୍ପର୍କୀୟଙ୍କ ଠାରୁ କାସିମ ରୁକୈୟାଙ୍କୁ ନେଇ ପଳାଇ ଯାଇଥିିବା ଖବର ପାଇଥିଲେ ସମ୍ମନ । ମାତ୍ର ସେମାନଙ୍କୁ ଯୋଗା ଯୋଗ କରି ପାରି ନ ଥିଲେ।। ତେବେ କିଛି ଦିନ ପରେ କାସିମ ଓ ରୁକୈୟା କୁଜୁରକୁ ଫେରିଥିଲେ। ଏହା ଜାଣିବା ପରେ ସମ୍ମନ ଗତ ସୋମବାର ଦିନ କାସିମଙ୍କୁ ଫୋନ କରି କଥା କଣ ଜାଣିବାକୁ ଚାହିଁଥିଲେ। ମାତ୍ର କାସିମ ସଙ୍ଗେସଙ୍ଗେ ଫୋନ୍‌ରେ ତିନି ତଲାକ କହି ଫୋନ କାଟି ଦେଇଥୀଷଳ। ଏ ସମ୍ପର୍କରେ ସମ୍ମନଙ୍କ ଓକିଲ ୟୁସୁଫ୍‌ ସୈଫ କହିଛନ୍ତି ଯେ କାସିମ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି। ତିନି ତଲାକ ଅଣ ସାମ୍ବିଧାନିକ କହିବା ସତ୍ତ୍ୱେ କାସିମ୍‌ ସମ୍ମନଙ୍କୁ ଆଇନଗତଭାବେ ଛାଡ଼ପତ୍ର ନ ଦେଇ ଟେଲିଫୋନରେ ତିନି ତଲାକ କହି ତାଙ୍କ ଠାରୁ ତାଙ୍କ ଅଧିକାର ଛଡ଼ାଇ ନେବା ପାଇଁ ଉଦ୍ୟମ କରିଛନ୍ତି। ତେଣୁ ସମ୍ମନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ସୈଫ କହିଛନ୍ତି। ତେବେ ସମ୍ମନଙ୍କ ବାପା ହାସନ ଅଲ୍ଲୀଙ୍କ ଅଭିଯୋଗକୁ ଦାଦର ପୁଲିସ ଅପେକ୍ଷରା କରିଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର