ସହାରନପୁର : ଉତ୍ତରପ୍ରଦେଶର ସହରାନପୁରରେ ରହୁଥିବା ଜଣେ ଯୁବକ ନିଜ ଦରମା ବଢ଼ାଇବା ପାଇଁ ସ୍ତ୍ରୀକୁ ମାଡ଼ ମାରିବା ଏବଂ ନିଜ ମାଲିକଙ୍କ ସହ ଶରୀରିକ ସଂପର୍କ ରଖିବା ପାଇଁ ଚାପ ପକାଇବା ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ଅନୈତିକ ସଂପର୍କ ରଖିବାକୁ ମନା କରିବାକୁ ସ୍ୱାମୀ ପୀଡ଼ିତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ସଂପର୍କୀୟମାନେ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୀଡ଼ିତା ଏବେ କିଛି କହିବା ଅବସ୍ତାରେ ନଥିବା ଜଣା ପଡ଼ିଛି । ଏ ନେଇ ପୀଡ଼ିତାଙ୍କ ଭଉଣୀ ପୁଲିସକୁ ଜଣାଇବା ପରେ ପୁଲିସ ମାମଲା ରୁଜୁ କରିଛି ।
/sambad/media/post_attachments/wp-content/uploads/2019/06/download-20-300x168.jpg)
ପୀଡ଼ିତାଙ୍କ ଭଉଣୀ କରିଥିବା ଅଭିଯୋଗ ଅନୁଯାୟୀ, ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ବିବାହ ୭ବର୍ଷ ତଳେ ହୋଇଥିଲା । ଏବେ ସେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ଟଙ୍କା ପାଇଁ ସେ ନିଜ ମାଲିକଙ୍କ ସହ ଶରୀରିକ ସଂପର୍କ ରଖିବା ପାଇଁ ମୋ ଭଉଣୀ ଉପରେ ଚାପ ପକାଉଥିଲେ । ଏଭଳି କାମ କରିବାକୁ ମୋ ଭଉଣୀ ମନା କରିବାରୁ ତାକୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ ।