କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ପତ୍ନୀଙ୍କୁ ଘରୁ ତଡ଼ି ଦେଲେ ସ୍ୱାମୀ, କହିଲେ ପାଳିବା ପାଇଁ ୧୦ଲକ୍ଷ ଟଙ୍କା ଯୋଗାଡ଼ କର

ବହରାଇଚ: ଦେଶ-ବିଦେଶରେ ମହିଳା ଓ ଝିଅମାନଙ୍କ ଅନେକ ପ୍ରତିଭା ଦେଖିବାକୁ ମିଳୁଛି। ଇଞ୍ଜିନିୟରିଂ ହେଉ ଅବା ଡାକ୍ତରୀ, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଗରେ ରହିଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଝିଅର ମହତ୍ତ୍ୱକୁ ଏଯାଏଁ ବୁଝି ପାରି ନାହାନ୍ତି। କନ୍ୟା ସନ୍ତାନ ଜନ୍ମକୁ ଅଶୁଭ ବୋଲି ମାନୁଛନ୍ତି। ଏମିତି ଏକ ଘଟଣା ବହରାଇଚ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ସ୍ୱାମୀ ତାର ପତ୍ନୀ କନ୍ୟା ସନ୍ତାନ ଜନ୍ମ କରିବାରୁ ତାକୁ ଘରୁ ବାହାର କରି ଦେଇଛି। କେବଳ ଏତିକି ନୁହେଁ, ସ୍ୱାମୀ ଦ୍ୱିତୀୟ ବିବାହ ବି କରି ଦେଇଥିବା ଅଭିଯୋଗ ହୋଇଛି। ମହିଳା ନୀରିହ ଶିଶୁକୁ କୋଳରେ ଧରି ନ୍ୟାୟ ଭିକ୍ଷା କରୁଛନ୍ତି।

ସୂଚନାଯୋଗ୍ୟ, ସହରର କାଜିପୁରାରେ ବସବାସ କରୁଥିବା ଫରହା ଖାନ୍‌ଙ୍କର ବିବାହ ୨.୫ ବର୍ଷ ପୂର୍ବରୁ ନାଜିପୁରା ଅଞ୍ଚଳରେ ବିବାହ ହୋଇଥିଲା। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। କିନ୍ତୁ ଗୋଟିଏ ଦିନ ତାଙ୍କର ଖୁସିରେ କଳା ବାଦଲ ଖେଳି ଯାଇଥିଲା।

ଫରହା ଖାନ୍‌ ଅଭିଯୋଗ କରି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅ ଜନ୍ମ ହେବା ପରେ ସ୍ୱାମୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ। କେବଳ ଏତିକି ନୁହେଁ, ଝିଅ ଜନ୍ମ କରିଥିବା ହେତୁ ୧୦ଲକ୍ଷ ଟଙ୍କା ଯୋଗାଡା କରିବାକୁ କହିଥିଲେ। ୧୦ଲକ୍ଷ ଟଙ୍କା ଯୋଗାଡ଼ କରି ନପାରିବାକୁ ଫରହାଙ୍କୁ ତାଙ୍କ ସ୍ୱାମୀ ଘରୁ ବାହାର କରି ଦେଇଥିଲେ।

ପୀଡିତା ସ୍ୱାମୀଙ୍କ ବିରୋଧରେ ଏହି ଅଭିଯୋଗ ନେଇ ଏସ୍‌ପିଙ୍କ ନିକଟରେ ପହଞ୍ଚିଛନ୍ତି। ପତ୍ନୀଙ୍କ ଅଭିଯୋଗ ଶୁଣିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର