ଗର୍ଭବତୀ ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଫେରାର

ଭୁବନେଶ୍ୱର : ଗାଁକୁ ଯାଉଛି କହି ଗର୍ଭବତୀ ସ୍ତ୍ରୀକୁ ଏକୁଟିଆ ଛାଡ଼ି ଚାଲିଗଲା ସ୍ୱାମୀ। ସ୍ତ୍ରୀ ବହୁତ ଖୋଜାଖୋଜି କରିବାପରେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ନେଇ କେଉଁଆଡ଼େ ଚାଲି ଯାଇଛନ୍ତି। ବହୁ ଖୋଜାଖୋଜି ପରେ ସ୍ୱାମୀ ଏକ କମ୍ପାନିରେ କାମ କରୁଥିବା ଜାଣି ସେ ନିଜ ସାହିର କିଛି ମହିଳାଙ୍କ ସହ ମିଶି ସ୍ୱାମୀକୁ ଧରି ପୁଲିସ ଜିମାରେ ଦେଇଛନ୍ତି। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ସଂପୃକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ କିଛି ବର୍ଷ ପୂର୍ବେ ପୂର୍ଣ୍ଣିମା ବେହେରା ଓ ବିକାଶ ବେହେରା ଭଲ ପାଇ ବିବାହ କରିଥିଲେ। ବିବାହର କଛିଦିନ ପରେ ଦୁହେଁ ଭୁବନେଶ୍ୱର ଆସିଥିଲେ। ଏହି ସମୟ ମଧ୍ୟରେ ବିକାଶଙ୍କୁ ଏକ କମ୍ପାନିରେ କାମ ମିଳିଲା। ସେହି କମ୍ପାନିରେ କାମ କରୁଥିବା ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଲା। ସ୍ତ୍ରୀକୁ ଛାଡ଼ି ସବୁଦିନ ପାଇଁ ଚାଲିଯିବାକୁ ସେ ନିଷ୍ପତ୍ତି ନେଲେ। ଗାଁକୁ ଯାଉଛି କହି ଆଉ ଫେରିନଥିଲେ। ପୂର୍ଣ୍ଣିମା ବହୁତ ଖୋଜାଖୋଜି କରିବାପରେ ବି ମିଳିନଥିଲା ବିକାଶ। ପାଞ୍ଚମାସର ଗର୍ଭବତୀ ଥିବା ପୂର୍ଣ୍ଣିମା ପେଟ ପୋଷିବା ପାଇଁ ବାଲି ସିମେଣ୍ଟ କାମ କଲେ। କୌଣସି ସୂତ୍ରରୁ ଖବର ପାଇ ପୂର୍ଣ୍ଣିମା ବିକାଶ କାମ କରୁଥିବା କମ୍ପାନିରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବିକାଶକୁ ଧରି ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ବିକାସକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର