ଇନ୍ଦୋର: ଇନ୍ଦୋରରେ ସ୍ତ୍ରୀ ପ୍ରତିକ୍ରିୟା ପାଇଁ ସ୍ୱାମୀ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀ-ସ୍ତ୍ରୀ ମେସେଜରେ କଥା ହେଉଥିବା ବେଳେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏ ନେଇ ନିଜ ସ୍ତ୍ରୀକୁ ଡ଼ରାଇାବା ପାଇଁ ମୃତ ସ୍ୱାମୀ ବେକରେ ବେଲ୍ଟ ଗୁଡ଼ାଇ ନିଜ ସ୍ତ୍ରୀଙ୍କୁ ଫଟୋ ଛାଡ଼ିଥିଲେ । ଯାହାକୁ ଦେଖି ଦୁଃଖ ପ୍ରକାଶ କରିବା ଅପେକ୍ଷା ନାଟକ କର ନାହିଁ । ଯାହା କରିବା କଥା କର ବୋଲି ସ୍ତ୍ରୀ ପ୍ରତିକ୍ରିୟା ଦେବା ପରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲା ସ୍ୱାମୀ । ଏବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ, ୨୦୧୭ରେ ଅରବିନ୍ଦ କୀର୍ତ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ଅରବିନ୍ଦଙ୍କ ପରିବାର ଲୋକେ ଏହି ବିବାହକୁ ସମର୍ଥନ ନ ଦେବାରୁ ଅରବିନ୍ଦ କୀର୍ତ୍ତିଙ୍କୁ ବିଜୟ ନଗରରେ ଥିବା ଏକ ଭଡ଼ା ଘରେ ରହିବା ପାଇଁ କହିଥିଲେ । ଶୁକ୍ରବାର ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀ ହ୍ଵାଟ୍ସଆପ୍ରେ କଥା ହେଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅରବିନ୍ଦ ଆତ୍ମହତ୍ୟା କରିଥିଲେ । ପରଦିନ ଅରବିନ୍ଦ କବାଟ ନ ଖୋଲିବାରୁ ପଡ଼ୋଶୀ ଆସି କବାଟ ବାଡ଼େଇଥିଲେ ।
/sambad/media/post_attachments/wp-content/uploads/2018/12/cxzcxzcxz_1544349821-300x225.jpg)
କିଛି ସମୟରେ କବାଟ ବାଡ଼େଇବା ପରେ ଅରବିନ୍ଦ କବାଟ ନ ଖୋଲିବାରୁ ଦୁଇ ଜଣ ଯୁବକ ଝରକା ପଟେ ତାଙ୍କୁ ଡ଼ାକିବା ପାଇଁ ଚେଷ୍ଟା କରିବା ପରେ ପଙ୍ଖାରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ । ପୁଲିସକୁ ଏ ନେଇ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି ।