ପଟନା : ବିହାରର ସୁପୌଲ ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ସ୍ତ୍ରୀ ବଞ୍ଚି ଥାଉ ଥାଉ ସ୍ୱାମୀ ପତ୍ନୀହତ୍ୟା ଭିଯୋଗରେ ୫ ମାସ ଜେଲ ଦଣ୍ଡ ଭୋଗିବା କିପରି ସମ୍ଭବ ବୋଲି ଲୋକେ ଭାବିବା ଆରମ୍ଭ କରିଛନ୍ତି । ୫ମାସ ପରେ ସ୍ତ୍ରୀ ପୁଲିସ ଷ୍ଟେସନରେ ପହଞ୍ଚି ମୁଁ ତାଙ୍କ ସ୍ତ୍ରୀ ଏବଂ ମୁଁ ବଞ୍ଚିଛି । ମୋ ସ୍ୱାମୀଙ୍କୁ କ’ଣ ପାଇଁ ଜେଲ୍ରେ ରଖାଯାଇଛି ବୋଲି ପ୍ରଶ୍ନ କରିଥିଲେ । ହଠାତ୍ ୫ ମାସ ପରେ ସ୍ତ୍ରୀର ଆସିବାକୁ ନେଇ ଏହା କିପରି ସମ୍ଭବ ବୋଲି ଭାବି ପୁଲିସ ଏବେ ଚିନ୍ତାରେ ପଡ଼ିଛି ।
ସୂଚନା ମୁତାବକ, ମେ ମାସରେ ବିହାରର ସୁପୌଲ ଜିଲ୍ଲାରେ ରହୁଥିବା ସୋନିଆ ହଠାତ୍ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ । ପରେ କୋସି ନଦୀରୁ ଜଣେ ମହିଳାଙ୍କ ଶବ ମିଳିବା ପରେ ବ୍ୟବଚ୍ଛେଦ ପରେ ମୃତଦେହଟି ସୋନିଆଙ୍କର ବୋଲି ଜଣା ପଡ଼ିଥିଲା । ଏ ନେଇ ସୋନିଆଙ୍କ ପରିବାର ଲୋକେ ତାଙ୍କୁ ଶାଶୁଘର ଲୋକମାନଙ୍କ ଉପରେ ଝିଅର ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ସୋନିଆଙ୍କ ସ୍ୱାମୀଙ୍କୁ ଗିରଫ କରି ନେଇଥିଲେ । ଏବେ ୫ମାସ ପରେ ସୋନିଆ ପୁଲିସ ଷ୍ଟେସନ ପହଞ୍ଚି ନିଜ ସ୍ୱାମୀଙ୍କୁ ଛାଡ଼ିବା ପାଇଁ ପୁଲିସ ଆଗରେ ଗୁହାରି କରିଛନ୍ତି ।
/sambad/media/post_attachments/wp-content/uploads/2018/12/images-3-2-300x168.jpg)
ଅନ୍ୟ ପକ୍ଷରେ, ୫ମାସ ତଳେ ସୋନିଆଙ୍କ ସ୍ୱାମୀ ରଞ୍ଜିତ ମିଳିଥିବା ମୃତଦେହକୁ ତାଙ୍କ ସ୍ତ୍ରୀଙ୍କର ନୁହଁ ବୋଲି କହିଥିଲେ ମଧ୍ୟ ପୁଲିସ ରଞ୍ଜିତଙ୍କୁ ଧମକାଇ ଜୋର ଜବରଦସ୍ତ ଦୋଷ ମାନିବାକୁ କହିଥିଲେ । ଏବେ ସୋନିଆ ଫେରିବା ପରେ ଏଭଳି କାମ କରିଥିବା ପୁଲିସକର୍ମୀଙ୍କ ଉପରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।