ଫେସ୍‌ବୁକ୍‌ରେ ପ୍ରେମ ପରେ କରିଥିଲେ ବିବାହ: ଅଧିକାଂଶ ସମୟ ଫୋନରେ ଫେସ୍‌ବୁକ୍‌ ଚଳାଉଥିବାରୁ ରାଗରେ ନିଜ ୩ ମାସର ଛୁଆ ଏବଂ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ଆଜିକାଲି ସୋସିଆଲ ମିଡିଆ ଲୋକମାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସାରିଛି । ସବୁ କାମ ଛାଡ଼ି ପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ସୋସିଆଲ ମିଡିଆ ପାଇଁ ବିଭିନ୍ନ ପ୍ରକାରର ଅପରାଧ ଘଟୁଥିବା ବେଳେ ଜଣେ ସ୍ୱାମୀ ତା’ ସ୍ତ୍ରୀ ଏବଂ ୩ ମାସର ଛୁଆକୁ ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ବେଙ୍ଗାଲୁରୁରେ ବିଦାଡ଼ି ଗ୍ରାମରେ ରହୁଥିବା ସୁଷମାଙ୍କ ସହ ଘଟିଛି । ସୁଷମା ନିଜ ସ୍ୱାମୀ ରାଜୁଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ଦେଖା ହୋଇ ବିବାହ କରିଥିବା ବେଳେ ବିବାହ ପରେ ମଧ୍ୟ ସୁଷମା ଫେସ୍‌ବୁକ୍‌ରେ ବ୍ୟସ୍ତ ରହୁଥିବାରୁ ତାଙ୍କ ସ୍ୱାମୀ ରାଜୁ ତାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ଏବେ ରାଜୁଙ୍କ ଏହି ଅପରାଧ ପାଇଁ ପୁଲିସ ତାଙ୍କୁ ଗିରଫ କରିଛି । ଗିରଫ ହେବା ପରେ ରାଜୁ ହତ୍ୟା ପଛର କାରଣ ପୁଲିସକୁ ଜଣାଇଥିଲେ ।

Daily Times

“ମୁଁ ସୁଷମାଙ୍କୁ ହତ୍ୟା କରିବାକୁ ଚାହୁଁ ନ ଥିଲି । କିନ୍ତୁ ସେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟା ପାଇଁ ଘରର କାମ ଠିକ୍‌ ଭାବରେ କରୁ ନଥିଲେ । ଖାଇବା ତିଆରି ନ କରିବା ସହ ଘର ସଫା ମଧ୍ୟ କରୁ ନଥିଲେ । ୩ ମାସର ପୁଅ ଜନ୍ମ ହେବା ପରେ ମୁଁ ଭାବିଥିଲି କି ସେ ସବୁ ଛାଡ଼ି ଏଥର ଘର କାମରେ ମନ ଦେବେ । କିନ୍ତୁ ସେଭଳି କିଛି ହୋଇ ନ ଥିଲା । ସୁଷମା ପୂର୍ବ ଭଳି ସୋସିଆଲ ମିଡିଆର ବ୍ୟବହାର କରି ଚାଲିଥିଲେ । ଯାହା ପାଇଁ ମୁଁ ରାଗରେ ତାଙ୍କୁ ହତ୍ୟା କରିବା ସହ ମୋ ପୁଅର ଗଳା ଚିପି ହତ୍ୟା କରିଥିଲି” ବୋଲି ରାଜୁ ପୁଲିସକୁ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର