ନୂଆଦିଲ୍ଳୀ: ଦକ୍ଷିଣ ଆମେରିକାର ଟେନେସି ରାଜ୍ୟର ଚଟାନୋଗା ସହରରେ ହାଇଦର ଫାରୁକ୍ ଖାନ୍ ଏବଂ ଶାଜିଆ ଖାନଙ୍କର ୧୯୯୩ ମସିହା ଏପ୍ରିଲ୍ ୮ ତାରିଖରେ ସାନିଆ ନାମରେ ଝିଅଟିଏ ଜନ୍ମ ହୋଇଥିଲା। ଏହି ପରିବାର ମୂଳରୁ ପାକିସ୍ତାନରେ ଥିଲେ। କିନ୍ତୁ ଚାକିରି ହେତୁ ଫାରୁକ୍ ଖାନ୍ ଚଟାନୋଗା ସହରରେ ରହୁଥିଲେ। ସାନିଆ ଚଟାନୋଗା ସ୍କୁଲ ଅଫ୍ ଆର୍ଟ ଆଣ୍ଡ ସାଇନ୍ସରୁ ସ୍ନାତକ ହାସଲ କରିଥିଲେ।
ପିଲାଦିନରୁ ସାନିଆ ଖୁବ୍ ଖୁସିବାସିରେ ବଢ଼ିଥିଲେ। ସେ ନିଜ ବାପାମାଆଙ୍କ ସହିତ ଏକ ସୁନ୍ଦର ଜୀବନ ବିତାଉଥିଲେ। ପଠାପଢ଼ାରେ ବି ସେ ଖୁବ୍ ଧରନ୍ଧର ଥିଲେ। ସ୍ନାତକୋତ୍ତର ପରେ ସାନିଆ ଟେନେସି-ଚଟାନୋଗା ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନ ଏବଂ ମହିଳା ଅଧ୍ୟୟନରେ ସ୍ନାତକୋତ୍ତର ପରେ ଡିଗ୍ରୀ ହାସଲ କରିଥିଲେ।
୨୦୧୬ ମସିହାରେ ସେ ଜର୍ଜିଆର ବ୍ୟବସାୟୀ ରାହୁଲ ଅହମ୍ମଦଙ୍କୁ ଭେଟିଥିଲେ। ତେବେ ରାହୁଲ ମଧ୍ୟ ମୂଳରୁ ପାକିସ୍ତାନର ବାସିନ୍ଦା। ଧୀରେ ଧୀରେ ସେମାନଙ୍କ ବନ୍ଧୁତା ପ୍ରେମରେ ପରିଣତ ହେଲା ଏବଂ ସେମାନେ ଜୁନ୍ ୨୦୨୧ରେ ପାଞ୍ଚ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ବିବାହ କଲେ। ସାନିଆ ଜଣେ ଫଟୋଗ୍ରାଫର ଭାବରେ କାମ କରୁଥିଲେ। କେବଳ ଏତିକି ନୁହେଁ, ଏହା ପୂର୍ବରୁ ସେ ଜଣେ ଏୟାର ହୋଷ୍ଟେସ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସୋସିଆଲ୍ ମିଡିଆରେ ତାଙ୍କୁ ଅନେକ ଲୋକ ଜାଣନ୍ତି।
ତାଙ୍କ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଇନଷ୍ଟାଗ୍ରାମ ପେଜ୍ ଥିଲା। ‘ଟିକ୍ଟକ୍’ରେ ୨୦ ହଜାରରୁ ଅଧିକ ଲୋକ ତାଙ୍କୁ ଅନୁସରଣ କରୁଥିଲେ। ତାଙ୍କର ଭିଡିଓଗୁଡିକୁ ଲୋକ ଖୁବ୍ ପସନ୍ଦ କରୁଥିଲେ ମାତ୍ର ଏତେ କମ୍ ବୟସରେ ଯେ ସେ ଦୁନିଆରୁ ବିଦାୟ ନେବେ ଏକଥା କେହି ଭାବି ନଥିଲେ।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ବିବାହ ପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା। ଏହି ବିବାହରେ ଉଭୟଙ୍କ ପରିବାର ମଧ୍ୟ ବହୁତ ଖୁସି ଥିଲେ। କିନ୍ତୁ ସ୍ୱାମୀ ସାନିଆଙ୍କର ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ବିରୋଧରେ ଥିଲେ। ସାନିଆଙ୍କ ଫଟୋଗ୍ରାଫିରେ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ।
ବିବାହ ପୂର୍ବରୁ ରାହୁଲ କେବେ ବିରୋଧ କରି ନଥିଲେ। କିନ୍ତୁ ବିବାହ ପରେ ସେ ପ୍ରାୟତଃ ତାଙ୍କୁ ନିଜ ବୃତ୍ତି ଛାଡିବାକୁ ବାଧ୍ୟ କରୁଥିଲେ। ସାନିଆ କିନ୍ତୁ ଚାକିରି ଛାଡିବାକୁ ଚାହୁଁନଥିଲେ। ସେଥିପାଇଁ ଦମ୍ପତିଙ୍କ ମଧ୍ୟରେ ଅଧିକାଂଶ ସମୟରେ ବଚସା ହେଉଥିଲା। ଶେଷରେ ୨୦୨୨ ମସିହାରେ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା।
ସାନିଆ ନିଜ ଛାଡ଼ପତ୍ର ସଂପର୍କରେ ସୋସିଆଲ୍ ମିିଡିଆରେ ଏକ ‘ଟିକ୍ ଟକ୍’ ପୋଷ୍ଟ୍ କରିଥିଲେ। ତାଙ୍କ ବିବାହ କିପରି ଗୋଟାଏ ବର୍ଷ ବି ତିଷ୍ଟିଲାନି ସେ ସଂପର୍କରେ ସେ ପୋଷ୍ଟ୍ କରିଥିବା ଭିଡିଓରେ କହିଥିଲେ। ଏହି କଥାରେ ରାହୁଲଙ୍କ ମୁଣ୍ଡକୁ ରାଗ ଚଢ଼ିଗଲା ଯେ ସେ ୭୦୦ କିଲୋମିଟର ବାଟ ଅତିକ୍ରମ କରି ଚଟାନୋଗା ସହରରେ ପହଞ୍ଚି ପୂର୍ବତନ ପତ୍ନୀଙ୍କୁ ହତ୍ୟା କରିଛନ୍ତି।