ନୂଆଦିଲ୍ଲୀ: ଏକ ଛୋଟ କଥା ପାଇଁ ମହାରାଷ୍ଟ୍ରର ବିଡ଼୍ ଜିଲ୍ଲାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ସହ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ତ୍ରୀ ଶାରୀରିକ ସଂପର୍କ ରଖିବା ପାଇଁ ମନା କରିବାରୁ ସ୍ୱାମୀ ରାଗରେ ସ୍ତ୍ରୀକୁ ଜିଅନ୍ତା ଜାଳିଦେବା ଘଟଣା ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ପରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ବିରୋଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।
artificialintelligence-news.comସୂଚନା ମୁତାବକ, ସେପ୍ଟେମ୍ବର ୨୬ରେ ଅଭିଯୁକ୍ତ ଅୟୁବ୍ ପଠାନ ଘରକୁ ଆସି ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ଦେହ ଭଲ ଲାଗୁନି କହି ସ୍ତ୍ରୀ ଶରୀରିକ ସଂପର୍କ ରଖିବା ପାଇଁ ମନା କରି ଦେଇଥିଲେ । ସ୍ତ୍ରୀ ମନା କରିବାରୁ ରାଗରେ ରୋଷେଇ ଘରେ ଥିବା ଷ୍ଟୋଭରୁ କିରୋସନ୍ କାଢ଼ି ପୀଡ଼ିତାଙ୍କ ଦେହରେ ପକାଇ ନିଆଁ ଲଗାଇ ଦେଇଥିଲେ ଅୟୁବ । ପୀଡ଼ିତା ଜୋରରେ ପାଟି କରିବାରୁ ଅୟୁବ୍ ସେଠାରୁ ଫେରାର ହୋଇ ଯାଇଥିଲେ । ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକମାନେ ଆସିବା ସହ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନିଆ ଯାଇଥିଲା । କିନ୍ତୁ ପର ଦିନ, ସେପ୍ଟେମ୍ବର ୨୭ରେ ପୀଡ଼ିତା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ରଖିବା ପାଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/5b1bd1484bb73.image_.jpg)