ଶାରୀରିକ ସଂପର୍କ ରଖିବା ପାଇଁ ମନା କରିବାରୁ ସ୍ତ୍ରୀ ସମତେ ଦୁଇ ସନ୍ତାନକୁ ଜିଅନ୍ତା ଜାଳି ଦେଲା ସ୍ୱାମୀ, ମୃତ୍ୟୁ ପୂର୍ବରୁ ସ୍ତ୍ରୀ ଜଣାଇଲା ପୂରା ଘଟଣା

ସଲେମ(ତାମିଲନାଡ଼ୁ): ତାମିଲନାଡୁର ସଲେମ ଜିଲ୍ଲାରେ ସ୍ତ୍ରୀ ଶାରୀରିକ ସଂପର୍କ ନ ରଖିବାରୁ ରାଗରେ ସ୍ୱାମୀ ଜିଅନ୍ତା ଜାଳିଦେବା ଘଟଣାକୁ ନେଇ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ସ୍ତ୍ରୀ ସମତେ ନିଜ ପୁଅ-ଝିଅଙ୍କୁ ମଧ୍ୟ ଅଭିଯୁକ୍ତଜଣଙ୍କ ଜିଅନ୍ତା ଜାଳି ଦେଇଥିବା ସୂଚନା ମିଳିଛି । ଏହି ଘଟଣାଟି ଗତ ମଙ୍ଗଳବାର ଘଟିିଥିବା ବେଳେ ଶନିବାର ପୀଡ଼ିତା ଏବଂ ତାଙ୍କ ଝିଅ ମୃତ୍ୟୁବରଣ କରିଥିବା ସାମ୍ନାକୁ ଆସିଛି । କିନ୍ତୁ ଏହା ପୂର୍ବରୁ ଶୁକ୍ରବାର ପୀଡ଼ିତା ପୁଲିସକୁ ସ୍ୱାମୀର ଅସଲ ଚେହେରା ବିଷୟରେ ଜଣାଇଥିଲେ । ପୀଡ଼ିତାଙ୍କ ବୟାନ ରେକର୍ଡ଼ ପରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ଜଣା ପଡ଼ିଛି ।

Khyber News

ସୂଚନା ମୁତାବକ, ସବୁଦିନ ଭଳି ଅଭିଯୁକ୍ତ କାର୍ତ୍ତିକ ଘରକୁ ଆସି ସ୍ତ୍ରୀ ପୁମଥିଙ୍କୁ ମାଡ଼ ମାରିଥିଲେ । ସବୁ ବେଳେ ନିଶାରେ ରହୁଥିବା କାର୍ତ୍ତିକ ମାଡ଼ ମାରିବା ପରେ ଶାରୀରିକ ସଂପର୍କ ରଖିବା ପାଇଁ ପୁମଥିଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ପୁମଥି ମନା କରି ଦେଇଥିଲେ । ଏଥିରେ ରାଗି ଯାଇ କାର୍ତ୍ତିକ ନିଜ ପୁଅ-ଝିଅ ଏବଂ ପୁମଥିଙ୍କ ଉପରେ କିରୋସିନ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ପୀଡ଼ିତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଆସି ପହଞ୍ଚିବା ବେଳକୁ ୩ଜଣଙ୍କ ଶରୀରର ଅଧାରୁ ଅଧିକ ପୋଡ଼ି ଯାଇଥିଲା । ଆହତମାନଙ୍କ ଅବସ୍ଥା ଗମ୍ଭୀର ହେଉଥିବା ଦେଖି ପଡ଼ୋଶୀ ୩ଜଣଙ୍କୁ ନେଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ସମ୍ବନ୍ଧିତ ଖବର