ନୂଆଦିଲ୍ଲୀ : ଗାଜିଆବାଦ୍ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ସ୍ତ୍ରୀର ଧମକକୁ ସହି ନ ପାରି ଜଣେ ସ୍ୱାମୀ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଝଗଡ଼ା ହେବା ପରେ ଏହା ତୁମର ଶେଷ ରାତି ବୋଲି ସ୍ତ୍ରୀ କହିବା ପରେ ସ୍ୱାମୀ ରାଗରେ ଏକ ଲୁହା ରଡ଼ରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି । ଘଟଣାର ସୂଚନା ପାଇ ପୁଲିସ ରବିବାର ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ ଅଭିଯୁକ୍ତର ନାଁ ରାଜୁ କୁମାର ଓରଫ ରାଜୁ ବୋଲି ଜଣା ପଡ଼ିଛି ।
springsadvertiser.co.zaସୂଚନା ମୁତାବକ, ରାଜୁ ଦୁବାଇର ଏକ ହୋଟେଲରେ କାମ କରୁଥିବା ବେଳେ ଫେବୃଆରୀରେ ସେ ନିଜ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସେ ନଜ ପତ୍ନୀ ରହୁଥିବା ଘରକୁ ନ ଯାଇ ନିଜ ମା’ଙ୍କ ପାଖରେ ଉନ୍ନାଓରେ ଯାଇ ରହିଥିଲେ । ରାଜୁର ମା’ ପୀଡ଼ିତା ରହୁଥିବା ଘରକୁ ବିକ୍ରି କରିବାକୁ ଚାହୁଁଥିବା ବେଳେ ପୀଡ଼ିତା ଏଭଳି କରିବାକୁ ରାଜି ହେଉ ନଥିଲେ । ଏ ବିଷୟରେ କଥା ହେବା ପାଇଁ ଅକ୍ଟୋବର ୭ରେ ଅଭିଯୁକ୍ତ ପୀଡ଼ିତାଙ୍କ ପାଖରେ ପହଞ୍ଚିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ପୀଡ଼ିତା ନିଜ ସ୍ୱାମୀଙ୍କୁ ଏହା ତୁମର ଶେଷ ରାତି ହେବ ବୋଲି ଧମକ ଦେଇଥିଲେ । ସ୍ତ୍ରୀ କିଛି କରିବା ପୂର୍ବରୁ ଅଭିଯୁକ୍ତ ହତ୍ୟା ଭଳି ଅପରାଧ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Husband-Killed-His-Wife-With-Rod_Thumbnail.jpg)