ପ୍ରେମିକା ପାଇଁ ପତ୍ନୀହତ୍ୟା

ନୂଆଦିଲ୍ଲୀ: ଗତକାଲି ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ନିଜ ଦୁଇ ବର୍ଷର ପୁଅ ଆଗରେ ଜଣେ ମହିଳାଙ୍କୁ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ତାଙ୍କ ରେସ୍ତୋରାଁ ମାଲିକ ସ୍ୱାମୀ ପ୍ରେମିକାଙ୍କ ପାଇଁ ହିଁ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

ପଶ୍ଚିମ ଦିଲ୍ଲୀ ଇଲାକାରେ ଏକ ରେସ୍ତୋରାଁ ଚଳାଉଥିବା ପଙ୍କଜ ମେହରା ତାଙ୍କ ପତ୍ନୀ ପ୍ରିୟା(୩୪) ଏବଂ ଦୁଇ ବର୍ଷର ପୁଅ ସହ ଗତକାଲି ସକାଳେ କାର୍‌ରେ ଯାଉଥିବା ବେଳେ କେହି ଅଜଣା ବ୍ୟକ୍ତି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିରେ ପ୍ରିୟାଙ୍କର ମୃତ୍ୟୁ ହୋଇଥିଲା ବୋଲି ପଙ୍କଜ ପୁଲିସକୁ କହିଥିଲେ। ଅପରପକ୍ଷେ, ପଙ୍କଜ ଋଣ ଆଣିଥିବା କରଜଦାତାଙ୍କୁ ପ୍ରତିଶ୍ରୁତି ମୁତାବକ ଟଙ୍କା ପରିଶୋଧ କରିପାରିନଥିବାରୁ ପ୍ରିୟାଙ୍କ ହତ୍ୟା ପଛରେ ସଂପୃକ୍ତ କରଜଦାତାଙ୍କ ହାତ ଥିବା ସନ୍ଦେହ କରୁଛନ୍ତି ବୋଲି ପଙ୍କଜ ଏତଲାରେ ଦର୍ଶାଇଥିଲେ। ତେବେ ପଚରାଉଚରା ପରେ ପଙ୍କଜ ନିଜେ ହତ୍ୟାକାରୀ ବୋଲି ସ୍ୱୀକାର କରିଥିଲେ। ଐଶା ନାମକ ଜଣେ ଯୁବତୀଙ୍କ ସହ ପଙ୍କଜଙ୍କର ପରକୀୟା ସମ୍ପର୍କ ଜଣାପଡ଼ିବା ପରେ ପତ୍ନୀ ପ୍ରିୟାଙ୍କ ସହ ତାଙ୍କର ଅନବରତ ଝଗଡ଼ା ହେଉଥିଲା। ଏଥିରେ ଅତିଷ୍ଠ ହୋଇ ପଙ୍କଜ ପ୍ରିୟାଙ୍କୁ ଗୁଳି କରିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର