ଭୁବନେଶ୍ୱର: ସ୍ୱାମୀଙ୍କ ଅନୈତିକ ସଂପର୍କକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ସାଲିଆ ସାହି ମୈତ୍ରୀ ନଗରର ବାପି ରାଉତ। ଏନେଇ ମହିଳା ଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୂଚନା ଅନୁଯାୟୀ ରୁବି ନାୟକ ଓ ବାପି ରାଉତ ୪ ବର୍ଷ ପୂର୍ବେ ଭଲପାଇ ବିବାହ କରିଥିଲେ। ବିବାହର କିଛି ଦିନ ପରେ ବାପି ରୁବିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏହାକୁ ରୁବି ବିରୋଧ କରିବାରୁ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ବାପଘର ଲୋକଙ୍କୁ ଜଣାଇବାରୁ ରୁବିଙ୍କ ବାପା ଆସି ଘଟଣାର ଆପୋସ ସମାଧାନ କରିଥିଲେ। କୌଣସି ସୁତ୍ରରୁ ରୁବି ଜାଣିବାକୁ ପାଇଥିଲେ ଯେ ବାପିଙ୍କର ସେହି ସାହିରେ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରହିଛି। ସେ ଏକଥା ବାପିକୁ ପଚାରିବାରୁ ବାପି ଉତ୍ତ୍ୟକ୍ତ ହୋଇ ସବୁ କଥା ମାନିଯାଇଥିଲେ। ସେହିଦିନ ରାତିରେ ବାପି ରୁବିଙ୍କୁ ରାସ୍ତାରୁ ହଟେଇଦେବା ପାଇଁ ଯୋଜନା କରିଥିଲେ ଏବଂ ରାତିରେ ପ୍ରଚୁର ମଦ ପିଇ ରୁବିଙ୍କୁ ତଣ୍ଟିଚିପି ମାରିବାକୁ ଉଦ୍ୟମ କରିଥିଲେ। କୌଣସି ମତେ ରୁବି ତା କବଳରୁ ଖସି ଆସି ବାପଘରକୁ ଚାଲି ଯାଇଥିଲେ।
ସ୍ୱାମୀଙ୍କ ଅନୈତିକ ସଂପର୍କକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା ଉଦ୍ୟମ
/sambad/media/post_attachments/wp-content/uploads/2018/01/bapi-rout.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)