ପ୍ରଥମ ପତ୍ନୀଙ୍କୁ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ପୁରୁଣା ଭୁବନେଶ୍ୱର: ପ୍ରଥମ ପତ୍ନୀଙ୍କୁ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଏୟାର୍‌ଫିଲ୍‌ଡ ଥାନା ପୁଲିସ ସ୍ୱାମୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭୀମଟାଙ୍ଗିର ପ୍ରେମାନନ୍ଦ ବେହେରା(୩୮)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ପ୍ରେମାନନ୍ଦ ୫ବର୍ଷ ତଳେ ପ୍ରଭାତୀ ବେହେରାଙ୍କୁ ବିବାହ କରିଥିଲା। ତାଙ୍କର ୪ ବର୍ଷର ଝିଅ ଅଛି। ତେବେ ପ୍ରେମାନନ୍ଦ ଅନ୍ୟ ଜଣେ ମହିଳାଙ୍କୁ ଭଲପାଉଥିଲା। ଏ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ। ଏପରିକି ପ୍ରେମାନନ୍ଦ ନିଶାସକ୍ତ ଅବସ୍ଥାରେ ଆସି ପ୍ରଭାତୀଙ୍କୁ ମାଡ଼ ମାରେ ବୋଲି ଥାନାରେ ଅଭିଯୋଗ ହୋଇଛି। ୫ ଦିନ ତଳେ ପ୍ରେମାନନ୍ଦ ଦ୍ୱିତୀୟ ପତ୍ନୀଙ୍କୁ ଆଣି ଘରେ ରଖିଥିଲା। ଗୁରୁବାର ରାତି ପ୍ରାୟ ୯ଟାରେ ପ୍ରେମାନନ୍ଦ ପ୍ରଭାତୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ପ୍ରଭାତୀ ଚିତ୍କାର କରିବାରୁ ପ୍ରେମାନନ୍ଦ ଅଧିକ ମାଡ଼ ମାରିଥିଲା। ଏ ନେଇ ପ୍ରଭାତୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଆଜି ପ୍ରେମାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର