ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିବା ପରେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି। କୋର୍ଟରେ ଉକ୍ତ ବ୍ୟକ୍ତିଙ୍କ ଝିଅ ନିଜ ବାପାଙ୍କ ବିରୋଧରେ ଅଭିଯୋଗ କରି କହିଥିଲା, ‘ମୋ ବାପା ମା’ର ଚେହେରାରେ ୩୦୦ଥର ଛୁରାମାଡ଼ କରି ହତ୍ୟା କରିଛନ୍ତି।’
ଏଭଳି ଏକ ଅଭାବନୀୟ ଘଟଣା ବ୍ରିଟେନର ଲିବରପୁଲରେ ଘଟିଛି। ଏଠାରେ ବସବାସ କରୁଥିବା ଜର୍ଜ ଲେଦର ନାମକ ବ୍ୟକ୍ତି ନିଜର ପତ୍ନୀଙ୍କ ଚେହେରାରେ ଛୁରୀରେ ୩୦୦ଥର ମାଡ଼ କରିଥିଲା। ଏହି ଘଟଣା ପରେ ଝିଅ ତା’ବାପାକୁ ବାପା ବୋଲି ସ୍ବୀକାର କରିବାକୁ ମନା କରି ଦେଇଛି।
୬୦ବର୍ଷୀୟ ଅଭିଯୁକ୍ତକୁ ସନ୍ଦେହ ଥିଲା କି ପତ୍ନୀଙ୍କ ଅନ୍ୟ କାହା ସହିତ ସମ୍ପର୍କ ରହିଛି। ୫୬ବର୍ଷର ମହିଳା ଜଣକ ତିନିଟି ଶିଶୁର ମା’ ଥିଲେ। ପଚରାଉଚରା ସମୟରେ ଦୋଷୀ ଜର୍ଜ ନିଜ ଦୋଷକୁ ସ୍ବୀକାର ମଧ୍ୟ କରିଥିଲା।
ଦୋଷୀ କୋର୍ଟକୁ କହିଥିଲା କି, ଏହି ଘଟଣା ୨୦୨୦ ନଭେମ୍ବର ୧୬ ତାରିଖରେ ଘଟିଥିଲା। ଶୁଣାଣି ସମୟରେ ବିଚାରପତି କହିଥିଲେ, ଏହା ଏକ ଲୋମଟାଙ୍କୁରା ଘଟଣା ଥିଲା। ଦୋଷୀ ନିଜ ପତ୍ନୀଙ୍କୁ ବହୁତ ନିର୍ମମ ଭାବେ ହତ୍ୟା କରିଛି।
ମୃତ ମା’ର ଝିଅର କହିବାନୁସାରେ, ମୋ ମା’ର ଜୀବନ ଏହି ଲୋକ ପାଇଁ ନଷ୍ଟ ହୋଇଯାଇଛି। ପ୍ରତିଦିନ ସେ ମୋ ମା’କୁ ଅଶାନ୍ତିରେ ରଖୁଥିଲେ। ମା’କୁ ମାରିବା ସମୟରେ ତାଙ୍କୁ ତିଳେ ହେଲେ ହେଁ ଦୁଃଖ ନଥିଲା। ଘରେ ମା’ର ମୃତଦେହ ପଡ଼ିଥିଲା। ଆମେ ସମସ୍ତେ କାନ୍ଦୁଥିବା ବେଳେ ଜର୍ଜ ବାଥରୁମରେ ଆରାମରେ ଗାଧୋଉଥିଲେ। ସେ ୨୦ବର୍ଷରୁ ଅଧିକ ଦିନ ଧରି ମା’ ସହିତ ଦୁର୍ବ୍ୟବହାର କରି ଆସୁଥିଲେ।