ଲକ୍ଷ୍ମୌ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଠାରୁ ଉଦ୍ଧାର ପାଇବା ପାଇଁ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗୁହାରି କରିଛନ୍ତି। 

Advertisment

ପୀଡ଼ିତ ସ୍ବାମୀ ମନୋଜ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗୁହାରି କରି କହିଛନ୍ତି, ‘ଆଜ୍ଞା ମୋର ବିବାହ ୧୨ବର୍ଷ ପୂର୍ବେ ହୋଇଥିଲା। ଘରେ ସ୍ତ୍ରୀଙ୍କୁ ମିଶାଇ ତିନିଜଣ ସନ୍ତାନ ଅଛନ୍ତି।  ବିବାହ ପରେ ମୁଁ ଜାଣିବାକୁ ପାଇଲି ମୋ ସ୍ତ୍ରୀଙ୍କ ତାଙ୍କ ଭିଣୋଇଙ୍କ ଭଣଜାଙ୍କ ସହିତ ଅନୈତିକ ସମ୍ପର୍କ ଅଛି। ଏ ସମ୍ପର୍କକୁ ମୁଁ ବାରଣ କରିବାରୁ ସ୍ତ୍ରୀ ମୋ ସହିତ ଯୁକ୍ତିତର୍କ କରିବା ଆରମ୍ଭ କରି ଦେଉଛନ୍ତି। ଏମିତି କି କିଛିଦିନ ହେବ ସ୍ତ୍ରୀଙ୍କ ପ୍ରେମିକ ମୋତେ ହତ୍ୟା ପାଇଁ ଫୋନ କରି ଧମକ ବି ଦେଉଛି।’

ନିକଟରେ ମୁସ୍କାନ ଯେଭଳି ଭାବେ ତାର ପ୍ରେମିକ ସହିତ ମିଶି ସ୍ବାମୀ ସୌରଭଙ୍କ ହତ୍ୟା କରିଥିଲା ସେମିତି ଘଟଣା ତାଙ୍କ ସହ କୌଣସି ପରିସ୍ଥିତି ଘଟି ନଯାଉ। ସେ ଭୟରେ ମନୋଜ ତାଙ୍କ ତିନିଜଣ ପିଲାଙ୍କୁ ଧରି ଏସପି ଜ୍ଞାନଜୟ ସିଂହଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ଜୀବନ ବଞ୍ଚାଇବାକୁ  ଅନୁରୋଧ କରିଛନ୍ତି।