ସ୍ତ୍ରୀର ଅନ୍ତିମ ସଂସ୍କାର ହୋଇଥିବା ସ୍ଥାନରେ ଆତ୍ମହତ୍ୟା କଲେ ସ୍ବାମୀ: ଦୁଇମାସ ପୂର୍ବରୁ ହୋଇଥିଲା ବିବାହ

ନୂଆଦିଲ୍ଲୀ: ବାହାଘରର ଦୁଇ ମାସ ପରେ ସ୍ତ୍ରୀର ମୃତ୍ୟୁ ହୋଇଯିବାରୁ ସ୍ବାମୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ଏହି ଦୁଃଖକୁ ସହି ନପାରି ପୁଲିସ କର୍ମଚାରୀ ସ୍ବାମୀ, ସ୍ତ୍ରୀର ଅନ୍ତିମ ସଂସ୍କାର ହୋଇଥିବା ସ୍ଥାନରେ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଛତିଶଗଡ଼ର ବାଲୋଦରେ ଘଟିଛି।

ସୂଚନାଯୋଗ୍ୟ, ବାଲୋଦ ପୁଲିସର ଟେକାପାରରେ  ବସବାସ କରୁଥିବା ମନୀଷ ନେତାପ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁଇମାସ ପୂର୍ବରୁ ମନୀଷଙ୍କ ବିବାହ ହୋଇଥିଲା ।୧୭ଦିନ ପୂର୍ବରୁ ଘରେ ଲାଗିଥିବା ଟାଇଲ୍ସରେ ମନୀଷଙ୍କ ପତ୍ନୀ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

श्मशान

୨ମାସ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସ୍ବାମୀ-ସ୍ତ୍ରୀ ଉଭୟ ପରସ୍ପରକୁ ବହୁତ ଭଲ ପାଉଥିଲେ। ସ୍ତ୍ରୀ ମୃତ୍ୟୁ ପରେ ସ୍ବାମୀ ମନୀଷ ପ୍ରତିଦିନ ସ୍ତ୍ରୀର ଅନ୍ତିମ ସଂସ୍କାର ହୋଇଥିବା ସ୍ଥାନକୁ ଯାଇ କାନ୍ଦି ଥାଆନ୍ତି। ପ୍ରତଦିନ ଭଳି ମନୀଷ ଗତ ବୁଧବାର ବି ପତ୍ନୀଙ୍କ ଅନ୍ତିମ ସଂସ୍କାର ସ୍ଥଳକୁ ଯାଇଥିଲେ। କିଛି ସମୟ ବସିବା ପରେ ସେଠାରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ମନୀଷ। ଆତ୍ମହତ୍ୟା ପୂର୍ବରୁ ମନୀଷ ସୁଇସାଇଡ ନୋଟ ହ୍ବାଟସ ଆପ ଜରିଆରେ ନିଜ ଭାଇ ପାଖକୁ ପଠାଇଥିଲେ।

ସୁଇସାଇଡ ନୋଟରେ ମନୀଷ ଲେଖିଥିଲେ, ଦୁଇମାସ ପୂର୍ବରୁ ମୋର ବିବାହ ହୋଇଥିଲା। ଲତାଙ୍କ ମୃତ୍ୟୁ ପରେ ମୁଁ ତାଙ୍କୁ ଭୁଲି ପାରୁ ନାହିଁ। ବହୁତ କଷ୍ଟରେ ନୂଆ ଘର ତିଆରି କରିଥିଲି।  ଏହି ଘରେ ପତ୍ନୀ ଲତାର ମୃତ୍ୟୁ ହେବ ତାହା କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲି। ଆଉ ଏହି ଘରେ ରହିବାକୁ ମନ ହେଉ ନାହିଁ। ଛୋଟୁ ବାପା ଓ ଦିଦିଙ୍କୁ କହିବୁ ମୋତେ କ୍ଷମା କରିଦେବେ।

ସମ୍ବନ୍ଧିତ ଖବର