ସ୍ତ୍ରୀ ହେବ ତ ଏମିତି; ପେଟ୍ରୋଲ ଢ଼ାଳି ଜାଳି ଦେବା ପାଇଁ ଆସିଥିବା ସ୍ୱାମୀକୁ ଜଳି ଯାଉଥିବା ଦେଖି ସ୍ତ୍ରୀ ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ପ୍ରତି ଘରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେବା ଏକ ସାଧାରଣ ଘଟଣା। କିନ୍ତୁ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ସିସିଟିଭି କ୍ୟାମେରାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମାରିବା ପାଇଁ ପେଟ୍ରୋଲ ଢ଼ାଳି ପୋଡ଼ି ଦେବାକୁ ଚେଷ୍ଟା କରୁଥିବା ବେଳେ ନିଜେ ଜଳି ଯାଇଥିଲେ। କିନ୍ତୁ ଠିକ୍‌ ସମୟରେ ପତ୍ନୀ ସ୍ୱାମୀଙ୍କ ଜୀବନ ବଞ୍ଚାଇ ଦେଇଥିଲେ। ସଙ୍ଗେସଙ୍ଗେ ଆହତ ସ୍ୱାମୀ ଓ ସ୍ତ୍ରୀକୁ ଲାଲବାହାଦୁର ଶାସ୍ତ୍ରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କରୋନା ଭାଇରସ୍‌ କାରଣରୁ ଲାଗୁ ଲକଡାଉନ୍‌ ପୂର୍ବରୁ ଆରିଫ୍‌ ମେରୁଟ୍‌ ଯାଇଥିଲେ। ଲକଡାଉନ୍‌ ପରେ ଲକ୍‌ଡାଉନ୍‌ କାରଣରୁ ସେଠାରେ ସେ ଫଶି ଯାଇଥିଲେ। ଏହାରି ଭିତରେ ସେ କୌଣସି ଉପାୟରେ ଗତ ସପ୍ତାହରେ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀକୁ ଫେରିବା ପରେ ଆରିଫ ଓ ତାଙ୍କ ପତ୍ନୀଙ୍କ ଭିତରେ  ବିବାଦ ଲାଗି ରହିଥିଲା। ଏଥିରେ ଆରିଫ୍‌ ବିରକ୍ତ ହୋଇ ସ୍ତ୍ରୀ ଏବଂ ନିଜକୁ ସବୁଦିନ ପାଇଁ ଶେଷ କରିବା ଦେବା ପାଇଁ ପେଟ୍ରୋଲ ନେଇକି ଆସିଥିଲେ।

ମଙ୍ଗଳବାର ସେ ପତ୍ନୀ ଉପରେ ପେଟ୍ରୋଲ ପକାଇ ଜଳାଇଦେବାକୁ ଚେଷ୍ଟା କରୁଥିବା ବେଳେ ଆରିଫ୍‌ଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ସ୍ୱାମୀ ଜଳୁଥିବାର ଦେଖି ପତ୍ନୀ ତାଙ୍କ ଶରୀରରେ କମ୍ବଳ ପକାଇ ନିଆଁ ଲିଭାଇ ଆରିଫଙ୍କ ଜୀବନ ବଞ୍ଚାଇ ଦେଇଥିଲେ। ଚିକତ୍ସା ପରେ ଏବେ ଦୁହିଁଙ୍କ ଅବସ୍ଥା ସ୍ଥିର ରହିଛି।

Signs of an abusive relationship on We Heart It
We Heart It

ଆରିଫ୍‌ ତାଙ୍କୁ ମରିଦେବାକୁ ଚାହୁଁଥିବା ଜାଣି ବି ସ୍ତ୍ରୀ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିବା ଏବେ ଚର୍ଚ୍ଚାରେ ରହିଛି। ତେବେ ଏହି ଘଟଣା ପରେ ମହିଳା ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ସବୁ ଦୁଃଖ-ସୁଃଖରେ ସ୍ୱାମୀର ସାଥୀ ହୋଇ ରହିବେ ବୋଲି ଯେଉଁ ଶପଥ ନେଇଥିଲେ ତାହାକୁ ପୂରା କରି ଦେଖାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର