ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ୨୪ ବର୍ଷୀୟ ମହିଳା ନିଜ ବାହାଘରର ଦୁଇବର୍ଷ ପରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି।
ମହିଳା ଜଣକ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିବା ସହିତ କହିଛନ୍ତି, ସ୍ୱାମୀଙ୍କ ସ୍ବଭାବ ଉପରେ ମୋତେ ସନ୍ଦେହ ହେବାରୁ ସ୍ୱାମୀଙ୍କ ଲାପଟପ ଦେଖିଥିଲି। ଲାପଟପରେ ଏକ ସିକ୍ରେଟ ଫୋଲ୍ଡରରେ ଅନେକ ନଗ୍ନ ଓ ଅର୍ଦ୍ଧନଗ୍ନ ଫଟୋ ରହିଥିଲା। ଏହାପରେ ମୁଁ ଜାଣିବାକୁ ପାଇଲି ମୋ ସ୍ୱାମୀ ଜଣେ ସେକ୍ସ ୱାର୍କର । ମୋ ସ୍ୱାମୀଙ୍କ ଚାକିରି ଚାଲିଯିବା ପରେ ସେ କମର୍ସିୟାଲ ସେକ୍ସ ୱାର୍କର ହୋଇଯାଇଥିଲେ ଏବଂ ଏହି କଥା ସେ ମୋତେ ଲୁଚାଇ ରଖିଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ୨୭ବର୍ଷୀୟ ବ୍ୟକ୍ତି ପ୍ରଥମେ ବିପିଓରେ କାମ କରୁଥିଲେ, କିନ୍ତୁ କରୋନା ମହାମାରୀ ହେତୁ ଜାରି ହୋଇଥିବା ଲକଡାଉନ କାରଣରୁ ତାଙ୍କ ଚାକିରି ଚାଲି ଯାଇଥିଲା। ଏହାପରେ ସେ କେମିତି ଟଙ୍କା ରୋଜଗାର କରିବେ ସେଥିପାଇଁ ବ୍ୟସ୍ତବିବ୍ରତ ହୋଇ ପଡ଼ିଥିଲେ। ଶେଷରେ କିଛି ଉପାୟ ନପାଇ ଜଣେ ସାଙ୍ଗଙ୍କ ପରାମର୍ଶକ୍ରମେ ଘରେ କାହାକୁ କିଛି ନଜଣାଇ ଧୀରେଧୀରେ କମର୍ସିୟାଲ ସେକ୍ସ ୱାର୍କର ଭାବେ କାମ କରିବା ଆରମ୍ଭ କରିଥିଲେ। ସେ ନିଜ କ୍ଲାଏଣ୍ଟଙ୍କ ଠାରୁ ଘଣ୍ଟାକ ହିସାବରେ ୩ ହଜାରରୁ ୫ ହଜାର ଟଙ୍କା ଚାର୍ଜ କରୁଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ବେଙ୍ଗାଲୁରୁ ପୁଲିସ ଓ ମହିଳା ହେଲ୍ପଲାଇନ ସ୍ୱାମୀ-ସ୍ତ୍ରୀଙ୍କ ଏହି ମତଭେଦ ଦୂର କରିବାକୁ ଅନେକ ପ୍ରକାର ଚେଷ୍ଟା କରିଥିଲେ। ସ୍ୱାମୀ-ସ୍ତ୍ରୀଙ୍କୁ କାଉନସେଲିଂ ମଧ୍ୟ କରାଯାଇଥିଲା। କିନ୍ତୁ ଦମ୍ପତି ଆଉ ଏକାସାଙ୍ଗରେ ରହି ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ସ୍ୱାମୀ-ସ୍ତ୍ରୀ ଆପୋଷ ବୁଝାମଣାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।