ବିବାହର ୨ ବର୍ଷ ପରେ ବି ପତି ସହ ମିଶି ପାରୁନାହାନ୍ତି ପତ୍ନୀ, ବାଧକ ସାଜିଛନ୍ତି ଶାଶୂ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଛୋଲା ଗ୍ରାମରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ବିବାହର ୨ବର୍ଷ ପରେ ବି ଜଣେ ହୋହୂଙ୍କୁ ତାଙ୍କ ଶାଶୂ ନିଜ ପୁଅ ସହ ମିଶିବାକୁ ଦେଉନାହାନ୍ତି ବୋଲି ବହୁ ପରିବାର କଲ୍ୟାଣ ସମିତିରେ ଶାଶୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ବୋହୂ ଆଣିଥିବା ଅଭିଯୋଗ ଅନୁଯାୟୀ ଯୌତୁକ ଦେଇନପାରିବାରୁ ଶାଶୂ ଜଣକ ଏପରି ଭାବେ ରାଗ ସୁଝାଉଛନ୍ତି। ପୂରା ଘଟଣା ଶୁଣିବା ପରେ ପରିବାର କଲ୍ୟାର ସମିତି ପକ୍ଷରୁ ଶଶୁରଘର ଲୋକଙ୍କ ବିରୋଧରେ ମହିଳା ଥାନାରେ ଏକ ଯୌତୁକଜନୀତ ମାମଲା ରୁଜୁ କରାଯାଇଛି।

ଯୌତୁକଜନୀତ ବଧୂ ନିର୍ଯ୍ୟାନତା କିଛି ନୂଆ କଥା ନୁହେଁ। ଏହି ଘୃଣ୍ୟପ୍ରଥା ପ୍ରାଚୀନ କାଳରୁ ନେଇ ଆଜି ପର୍ଯ୍ୟନ୍ତ ତା’ର କାୟା ବିସ୍ତାର କରି ଚାଲିଛି। ସେହିପରି ରାଜ୍ୟର ବେରଗଡ଼ଠାରେ ମଧ୍ୟ ଏକ ମାମଲା ଦେଖିବାକୁ ମିଳିଥିଲା। ସେହି ଅଞ୍ଚଳର ଜଣେ ମହିଳା ଆଣିଥିବା ଅଭିଯୋଗ ମୁତାବିକ ବିବାହର ମାତ୍ର ଦିନ କେଇଟାରେ ଯୌତୁକ ଦାବି କରି ସ୍ୱାମୀ, ଶାଶୂ ଓ ଶଶୁର ନବବଧୂକୁ ଗରମ ଚିମୁଟାରେ ଚେଙ୍କ ଦେଇଥିଲେ। ଅବଶ୍ୟ ଶଶୁରଘର ପକ୍ଷରୁ ଏହି ଆରୋପକୁ ମିଥ୍ୟା କୁହାଯାଇଥିଲା।

ସମ୍ବନ୍ଧିତ ଖବର