ମେରଠ : ଉତ୍ତରପ୍ରଦେଶରର ମେରଠ ଜିଲ୍ଲାରୁ ଏକ ତିନ୍ ତଲାକର ମାମଲା ସାମ୍ନାକୁ ଆସିଛି । ଯୌତୁକରେ ୨ଲକ୍ଷ ଟଙ୍କା ଏବଂ କାର୍ ନ ମିଳିବାରୁ ସ୍ୱାମୀ ତିନି ଥର ତଲାକ୍ କହି ତିନ୍ ତଲାକ୍ ଦେଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ, ଯୌତୁକ ଲୋଭରେ ସଂପର୍କର ସୀମା ଭୁଲି ଶ୍ୱଶୁର ଏବଂ ନଣଦେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ପୁଲିସ ଆଗରେ ଅଭିଯୋଗ କରିଛନ୍ତି ପୀଡ଼ିତା ।
/sambad/media/post_attachments/wp-content/uploads/2018/07/meerut-1-1531982372-300x225.jpg)
ସୂଚନା ମୁତାବକ, ତିନି ବର୍ଷ ପୂର୍ବେ ଖର୍ଖୌଦା ଅଞ୍ଚଳରେ ରହୁଥିବା ମହିଳାଙ୍କ ବିବାହ ଦିଲ୍ଲୀ ନିବାସୀ ରିଜ୍ଓ୍ଵାନଙ୍କ ସହ ହୋଇଥିଲା । ବିବାହ ସମୟରେ କାର୍ ମଗା ଯାଇଥିବା ବେଳେ କନ୍ୟାପକ୍ଷ ବାଇକ୍ ଦେଇଥିବାରୁ ରାଗି ଯାଇଥିଲେ ରିଜ୍ଓ୍ଵାନ । ବିବାହ ପରେ ପରେ ସେ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ବାପ ଘରୁ କାର୍ ଏବଂ ୨ଲକ୍ଷ ଟଙ୍କା ଆଣିବା ପାଇଁ କହି ଆସୁଥିଲେ । ବିବାହର ବର୍ଷେ ପରେ ପୀଡ଼ିତା ଜଣେ ଶିଶୁ କନ୍ୟାକୁ ଜନ୍ମ ହେବା ପରେ ତାଙ୍କ ପ୍ରତି ଅତ୍ୟାଚାର ବଢ଼ି ଯାଇଥିଲା । କାମରେ ରିଜଓ୍ଵାନ ବାହାରକୁ ଯାଇଥିବା ବେଳେ ପୀଡ଼ିତାଙ୍କୁ ଖାଇବାକୁ ନ ଦେଇ ରଖାଯିବା ସହ ତାଙ୍କ ଶ୍ୱଶୁର ଏବଂ ନଣଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ୩ମାସର ଗର୍ଭବତୀ ଅଛି ବୋଲି କହି ପୀଡ଼ିତା ଗୁହାରି କରିଥିଲେ ମଧ୍ୟ କିଛି ନ ଶୁଣି ଦୁଷ୍କର୍ମ କରିଥିଲେ ନଣଦେଇ । ପୀଡ଼ିତାଙ୍କ ସ୍ୱାମୀ ଘରକୁ ଫେରିବା ପରେ ସବୁ ଘଟଣା ବିଷୟରେ ଜଣାଇଥିଲେ ପୀଡ଼ିତା । କିନ୍ତୁ ସବୁ ଜାଣି ରିଜ୍ଓ୍ଵାନ ତାଙ୍କୁ ମାଡ଼ ମାରିବା ସହ ତିନ୍ ତଲାକ ଦେଇଥିଲେ । ଏତେ ସବୁ ସହିବା ପରେ ଥାନାରେ ଏତଲା ଦେଇଥିଲେ ପୀଡ଼ିତା । ଏତଲା ପାଇ ଅଭିଯୁକ୍ତମାନଙ୍କୁ ଏବେ ଖୋଜିବା ଆରମ୍ଭ କରିଛି ପୁଲିସ । ପୀଡ଼ିତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି ।