ଗୁରୁଗ୍ରାମ: ସ୍ୱାମୀଙ୍କ ସଂପର୍କୀୟ ଭାଇ ଦ୍ୱାରା ୪ ବର୍ଷ ହେବ ଦୁଷ୍କର୍ମର ଶିକାର ହେଉଥିଲେ ମହିଳା

ଗୁରୁଗ୍ରାମ: ଗୁରୁଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସଂପର୍କୀୟ ଭାଇ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଓ ପୀଡ଼ିତା ଉଭୟଙ୍କ ଘର ଗୁରୁଗ୍ରାମର ବଜଘେରା ଅଞ୍ଚଳରେ।

ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ନିୟମିତ ଭାବେ ପୀଡ଼ିତାଙ୍କ ଘରକୁ ଆସୁଥିଲେ। ସୁଯୋଗ ଦେଖି ତାଙ୍କ ସଂପର୍କୀୟ ଭାଇଙ୍କ ପତ୍ନୀଙ୍କ ସହ ଦୁଷ୍କର୍ମ କରୁଥିଲେ।

ପୀଡ଼ିତାଙ୍କ ସ୍ୱାମୀ ପୁଲିସରେ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ତାଙ୍କ ସଂପର୍କୀୟ ଭାଇ ଦୀର୍ଘ ଦିନ ଧରି ଦୁଷ୍କର୍ମ କରି ଆସୁଥିଲେ।

ପୀଡ଼ିତାଙ୍କ ସ୍ୱାମୀ ଘରେ ନ ରହୁଥିବା ବେଳେ ଅଭିଯୁକ୍ତ ତାଙ୍କ ଘରକୁ ଆସୁଥିଲେ। ତେବେ, ପୀଡ଼ିତାଙ୍କୁ ସେ ବନ୍ଧୁକ ମୁନରେ ଦୁଷ୍କର୍ମ କରି ଆସୁଥିଲେ ବୋଲି ପୀଡ଼ିତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।

କେବଳ ସେତିକି ନୁହେଁ, ପୀଡ଼ିତାଙ୍କୁ ତାଙ୍କ ପିଲାମାନଙ୍କ ହତ୍ୟା ଧମକ ବି ଦେଉଥିଲେ। ଗତ ୪ ବର୍ଷ ହେବ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ଆସୁଛନ୍ତି।

ସମ୍ବନ୍ଧିତ ଖବର