ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ନାବାଳିକାକୁ ଅପହରଣ କରିବାକୁ ଚେଷ୍ଟା କରିଥିବା ଜନୈକ ଟ୍ରାକ୍ସି ଡ୍ରାଇଭର୍‌ ବିରୋଧରେ ସୋମବାର ଦିନ ଏକ ମାମଲା ରୁଜୁ କରାଯାଇଛି।

Advertisment

ଅସିଫ୍‌ ନଗର ଆସିଷ୍ଟାଣ୍ଟ୍‌ ପୁଲିସ କମିସନର୍‌ଙ୍କ କହିବାନୁସାରେ, ଆମେ ପୀଡ଼ିତାର ମା’ଙ୍କ ଠାରୁ ଅଭିଯୋଗ ପାଇଲୁ। ସେ ଅଭିଯୋଗ କରିଥିଲେ କି ପଡ଼ୋଶୀ ଟ୍ୟାକ୍ସି ଚାଳକ ତାଙ୍କ ୯ ବର୍ଷୀୟ ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଆମେ ଆଇପିସି ଧାରା ୩୬୩ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛୁ।

ଅଭିଯୁକ୍ତଙ୍କୁ ଥାନା ହାଜତକୁ ନିଆଯାଇଛି।