ବଦଳି ହେବାରୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟୀ କରି ଆତ୍ମହତ୍ୟା କଲେ ସବ୍ ଇନ୍ସପେକ୍ଟର

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଶୁକ୍ରବାର ନିଜର ବଦଳିକୁ ନେଇ ଅସନ୍ତୋଷ ଜାହିର କରିବା ସହ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ପୁଲିସକର୍ମୀ। ମୃତ ପୁଲିସକର୍ମୀଙ୍କ ନାଁ ନରସିମହା ବୋଲି ଚିହ୍ନଟ କରାଯାଇଥିବା ବେଳେ ନିଜର ଆତ୍ମହତ୍ୟା ପାଇଁ ସେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ଏବେ ତାଙ୍କର ଚିକିତ୍ସା ଆପୋଲୋ ଡିଆରଡିଓ ହସ୍ପିଟାଲରେ ଜାରି ରହିଛି।

Image result for apollo drdo hospital reviews
Practo

ସୂଚନା ମୁତାବକ, ବଡ଼ଙ୍ଗପେଟରରେ ରୁହନ୍ତି ନରସିମହା। ସେ ବାଲାପୁର ପୁଲିସ ଷ୍ଟେସନରେ ମୁତୟନ ଥିବା ବେଳେ ତାଙ୍କର ବଦଳି ମଣ୍ଡଳ ପୁଲିସ ଷ୍ଟେସନକୁ କରାଯାଇଥିଲା। ଯାହା ପାଇଁ ସେ ନିରାଶ ହେବା ସହ ଇନ୍ସପେକ୍ଟର ସାଇଦୁଲୁଙ୍କୁ ନିଜର ବଦଳି ପାଇଁ ଦାୟୀ କରିଥିଲେ। ଇନ୍ସପେକ୍ଟର ସାଇଦୁଲୁ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଏଭଳି କରିଥିବା କହି ପାଣି ଟାଙ୍କି ଉପରକୁ ଚଢ଼ିଯିବା ସହ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ସେ। ଯାହା ପରେ ଉପସ୍ଥିତ ପୁଲିସକର୍ମୀ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର