ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାର ୪ର୍ଥ ତଥା ନାବାଳକ ଅଭିଯୁକ୍ତକୁ ହାଜତକୁ ନିଆଯାଇଥିବା କଥା ଆଜି ପୁଲିସ କହିଛି।

Advertisment

ହାଇଦ୍ରାବାଦ ପୁଲିସ କହିଛି, ୫ମ ଅଭିଯୁକ୍ତଜଣକ ଏବେ ମଧ୍ୟ ଫେରାର ଅଛି। ତାକୁ ଠାବ କରିବା ଲାଗି ତଲାସ ଚାଲିଛି।

ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨ଜଣ ନାବାଳକଙ୍କୁ ହାଜତକୁ ନିଆଯିବା ପରେ ଆଜି ଆଉ ଜେଣ ନାବାଳକକୁ ହାଜତକୁ ନିଆଯାଇଛି। ନାବାଳକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ପାର୍ଟିର ଜଣେ ସ୍ଥାନୀୟ ନେତାଙ୍କ ପୁଅ।

ସୂଚନାଯୋଗ୍ୟ, ମେ ୨୮ ତାରିଖ ଦିନ ସହରର ପୋସ୍‌ ଜୁବିଲି ହିଲ୍‌ସ୍‌ ଅଞ୍ଚଳରେ ଥିବା ଏକ ପବ୍‌ରେ ଆୟୋଜିତ ପାର୍ଟିରେ ଯୋଗ ଦେଇ ଘରକୁ ଫେରିବା ବାଟରେ ଗଣଦୁଷ୍କର୍ମର ସରବ୍ୟ ହୋଇଥିଲା ବୋଲି କୁହାଯାଉଛି। ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। ତାଙ୍କ ଅଭିଯୋଗକୁ ଭିତ୍ତି କରି ୫ଜଣ ଅଭିଯୁକ୍ତଙ୍କ ନାମ‌ରେ ପୁଲିସ ମାମଲା ରୁଜୁ କରିଛି।

publive-image Image Courtesy of NDTV

‘ସିସିଟିଭି ଫୁଟେଜ୍‌’ ଏବଂ ପୀଡ଼ିତାଙ୍କ ବୟାନ ଜରିଆରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ‌ପଶ୍ଚିମ ଜୋନ୍‌ ତେଲେଙ୍ଗାନା ଡେପୁଟି ପୋଲିସ କମିସନର୍‌ ଜୋଏଲ୍‌ ଡେଭିସ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି।

ନାବାଳିକାଟି ଅଭିଯୁକ୍ତମାନଙ୍କ ସହିତ ଠିଆ ହୋଇଥିବା ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ସେୟାର୍‌ ହୋଇଚାଲିଥିବା ଫୁଟେ‌ଜ୍‌ରେ ଦିଶୁଛି। କୁହାଯାଉଛି ଅଭିଯୁକ୍ତ ତରୁଣମାନେ ତାଙ୍କୁ ଘରେ ଛାଡ଼ି ଦେଇ ଆସିବେ ବୋଲି କହିଥିଲେ। ତାଙ୍କୁ ଘରକୁ ନେବା ବାଟରେ ଗୋଟାଏ ନିର୍ଜନ ସ୍ଥାନରେ କାର୍‌ ରଖି ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିଲା।

ସମ୍ପ୍ରତି ଏହି ମାମଲା ରାଜନୀତି ପରିସରରେ ସକ୍ରିୟ ହୋଇ ଉଠିଛି। ନିରପେକ୍ଷ ତଦନ୍ତ ନିମନ୍ତେ ମାମଲାକୁ ‘ସିବିଆଇ’କୁ ହସ୍ତାନ୍ତର କରିବା ଲାଗି ବିଜେପି ଓ  କଂଗ୍ରେସ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛନ୍ତି।