ହାଇଦ୍ରାବାଦ: ଫିଜ୍ ଦେଇ ନ ଥିବା କାରଣରୁ ଏକ ଘରୋଇ ସ୍କୁଲ୍ର କର୍ତ୍ତୃପକ୍ଷ ଶ୍ରେଣୀରେ ବସିବାକୁ ଦେବାକୁ ଅନୁମତି ନ ଦେବାରୁ ଜଣେ ୧୪ ବର୍ଷୀୟ ବାଳିକା ଆତ୍ମହତ୍ୟା କରିଛି।
ନବମ ଶ୍ରେଣୀରେ ପଢୁଥିବା ଝିଅଟି ଗୁରୁବାର ସନ୍ଧ୍ୟାରେ ମାଲକାଜଗିରି ଅଞ୍ଚଳରେ ଥିବା ନିଜ ଘର ସିଲିଂ ପଙ୍ଖାରେ ଫାଶୀ ଲଗାଇ ଦେଇଥିଲା।
ଫି’ ନ ଦେଇ ପାରିବା କାରଣରୁ ତାକୁ ଶ୍ରେଣୀରେ ବସିବାକୁ ଅନୁମତି ଦିଆ ନ ଯିବା କଥାରେ ସେ ଅପମାନିତା ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାଲକାଗିରି ପୁଲିସ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛି।