ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ହସ୍ପିଟାଲର ସିଇଓଙ୍କୁ କୋକେନ୍ କିଣୁଥିବା ସମୟରେ ଗିରଫ କରାଯାଇଛି। ଗିରଫ ମହିଳା ସିଇଓଙ୍କ ଠାରୁ ୫ ଲକ୍ଷ ଟଙ୍କାର କୋକେନ୍ ଜବତ କରାଯାଇଛି। ଗିରଫ ମହିଳା ସିଇଓଙ୍କ ନାମ ନମ୍ରତା ଚିଗୁରୁପତି ବୟସ ୩୪ବର୍ଷ ଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ମୁମ୍ବାଇର ଯୋଗାଣକାରୀ ବଂଶ ଧାକଡଙ୍କଠାରୁ କୋରିଅର ମାଧ୍ୟମରେ ସିଇଓ ନମ୍ରତା ଡ୍ରଗ୍ସ ସଂଗ୍ରହ କରୁଥିଲେ। ଏହି ସମୟରେ ପୁଲିସ ତାଙ୍କୁ ମାଡ଼ି ବସିଥିଲା । ପୁଲିସ ନମ୍ରତାଙ୍କ ସହିତ ଡ୍ରଗ୍ସ ଯୋଗାଣକାରୀ ବଂଶ ଧାକଡଙ୍କ ଜଣେ ସହଯୋଗୀ ବାଲକୃଷ୍ଣଙ୍କୁ ମଧ୍ୟ ଗିରଫ କରିଛି। ବାଲକୃଷ୍ଣ ନମ୍ରତାଙ୍କୁ ଡ୍ରଗ୍ସ ପହଞ୍ଚାଇବାରେ ସାହାଯ୍ୟ କରୁଥିଲେ।
#OmegaHospital CEO Dr. Chigurupati Namrata Caught Red-Handed Using #Cocaine
— BNN Channel (@Bavazir_network) May 10, 2025
In a shocking incident, Dr. Chigurupati Namrata, CEO of Omega Hospital, was caught red-handed by the police while using cocaine at her residence in Aparna One Apartments, Shaikpet.
According to police… pic.twitter.com/nJobvjQv0s
ନମ୍ରତା ହ୍ୱାଟସଆପ୍ ମାଧ୍ୟମରେ ଯୋଗାଣକାରୀ ବଂଶ ଧାକଡଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ୫ ଲକ୍ଷ ଟଙ୍କାର କୋକେନ୍ ମଗାଇଥିଲେ । କୋକେନ୍ ବାବଦକୁ ଥିବା ଟଙ୍କାକୁ ନମ୍ରତା ଅନଲାଇନରେ ଯୋଗାଣକାରୀଙ୍କୁ ଟ୍ରାନ୍ସଫର କରିଥିଲେ।
ପୁଲିସ ନମ୍ରତା ଓ ବାଲକୃଷ୍ଣଙ୍କୁ ଗିରଫ କରି ଦୁହିଁଙ୍କ ଠାରୁ ମୋଟ ନଗଦ ୧୦,୦୦୦ ଟଙ୍କା, ୫୩ ଗ୍ରାମ କୋକେନ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି। ଉଭୟଙ୍କ ବିରୋଧରେ ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ବାଲକୃଷ୍ଣ ଓ ନମ୍ରତାକୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ପୁଲିସ ସାମ୍ନାରେ ନମ୍ରତାି ନିଜ ଦୋଷକୁ ବି ସ୍ବୀକାର କରିଛନ୍ତି।