ସ୍ତ୍ରୀ ସହ ପ୍ରେମିକର ଅଶ୍ଳୀଳ ଭିଡ଼ିଓ ଦେଖିବା ପରେ ଆତ୍ମହତ୍ୟା କଲା ସ୍ୱାମୀ

ହାଇଦ୍ରାବାଦ୍‌ : ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଭାଇରାଲ ହେବା ପରେ ଆତ୍ମହତ୍ୟା କରିଛି ସ୍ୱାମୀ । ପର ପୁରୁଷ ସହ ନିଜ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଦେଖିବା ପରେ ବିଷ ପଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି ସ୍ୱାମୀ । ଏହି ଘଟଣାଟି ଶୁକ୍ରବାର ଘଟିବା ପରେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିଲା । ଚିକିତ୍ସା ଚାଲୁଥିବା ବେଳେ ସୋମବାର ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଧୀରେ ଧୀରେ ଭାଇରାଲ ହେଉଛି ବୋଲି ପୁଲିସ ସୂଚନା ଦେଇଛି । ମୃତକ ଜଣଙ୍କ ନକ୍କା ଧର୍ମରାଜୁ(୨୭)ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାମ ନାଗଲକ୍ଷ୍ମୀ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ଧର୍ମାରପେଟ୍‌ରେ ରହୁଥିବା ଧର୍ମରାଜୁ ମାର୍ଚ୍ଚ ୨୦୧୭ରେ ନାଗଲକ୍ଷ୍ମୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଧର୍ମରାଜ କାମରେ ବ୍ୟସ୍ତ ରହୁଥିବାରୁ ନାଗଲକ୍ଷ୍ମୀଙ୍କର ମହେଶ ନାମକ ଯୁବକ ଜଣଙ୍କ ସହ ଅନୈତିକ ସଂପର୍କ ଆରମ୍ଭ ହୋଇଥିଲା । ମହେଶ ଏହି ସୁଯୋଗର ଲାଭ ଉଠାଇବାକୁ ଯାଇ ନାଗଲକ୍ଷ୍ମୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୁର୍ତ୍ତକୁ କ୍ୟାମେରାରେ ରେକର୍ଡ଼ କରିବା ସହ ଏହାକୁ ଧର୍ମରାଜୁଙ୍କୁ ପଠାଇଥିଲେ । ଏହି ଭିଡ଼ିଓ ପାଇବା ପରେ ଧର୍ମରାଜ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ । ଏହା ସହ ଧର୍ମରାଜୁଙ୍କ ପ୍ରତି ନାଗଲକ୍ଷ୍ମୀଙ୍କ ବ୍ୟବହାର ଧୀରେ ଧୀରେ ଖରାପ ହେବାରେ ଲାଗିଥିଲା। ନାଗଲକ୍ଷ୍ମୀ ଧର୍ମରାଜୁଙ୍କ ସାମ୍ନାରେ ମହେଶଙ୍କ ସହ ଫୋନରେ ଘଣ୍ଟା ଘଣ୍ଟା ଧରି କଥା ହେବା ସହ ଘର କଥା କିଛି ବୁଝୁ ନ ଥିଲେ।

India Live Today

କିଛି ଦିନ ପରେ ମହେଶ ଉକ୍ତ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଲୋକମାନେ ଏହି ଭିଡ଼ିଓକୁ ନେଇ ନାଗଲକ୍ଷ୍ମୀଙ୍କୁ ସମାଲୋଚନା କରିବା ସହ ଧର୍ମରାଜୁଙ୍କୁ ମଧ୍ୟ ଖରାପ ମନ୍ତବ୍ୟ ଦେଇଥିଲେ । ଏତେ ଅପମାନ ସହି ନ ପାରି ଧର୍ମରାଜୁ ଗତ ଶୁକ୍ରବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇ ତାଙ୍କ ଚିକିତ୍ସା କରାଯାଇଥିଲା । କିନ୍ତୁ ସୋମବାର ସଂନ୍ଧ୍ୟାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ପୁରା ଘଟଣା ଜାଣିବା ପରେ ପୁଲିସ ନାଗଲକ୍ଷ୍ମୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସୋସିଆଲ ମିଡ଼ିଆରୁ ଭିଡ଼ିଓକୁ ହଟାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର