ନୂଆଦିଲ୍ଲୀ: ଚାକିରି ଖୋଜିବାକୁ ଯାଇଥିବା ଯୁବକଙ୍କୁ ହତ୍ୟା। ହାଇଦ୍ରାବାଦରେ ରହୁଥିବା ମୃତକ ଆମେରିକାକୁ ଚାକିରି ଖୋଜିବା ପାଇଁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ରବି ତେଜା ବୋଲି ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ ପୁଲିସ।
ମିଳିଥିବା ସୂଚନା ମୁତାବକ, ହାଇଦ୍ରାବାଦର ଆରକେ ପୁରମ ଗ୍ରୀନ୍ ହିଲ୍ସ କଲୋନିରେ ରହୁଥିବା ରବି ମାଷ୍ଟର ଡିଗ୍ରୀ ପାଇଁ ମାର୍ଚ୍ଚ ୨୦୨୨ରେ ଆମେରିକା ଯାଇଥିଲେ। ଶିକ୍ଷା ସମାପ୍ତ କରିବା ପରେ ମୃତକଜଣକ ସହରରେ ଚାକିରି ଖୋଜୁଥିଲେ। ହେଲେ ତାଙ୍କର ଚାକିରି କରି ପରିବାର ଚଳାଇବାର ସ୍ବପ୍ନ ଏବେ ଅଧାରେ ରହିଯାଇଛି। ଘଟଣାଟି ଘଟିଥିଲା ୱାଶିଂଟନ ଆଭେନ୍ୟୁରେ। ରବି ତେଜାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କିଏ ଏବଂ କାହିଁକି ଏଭଳି ରବିଙ୍କୁ ହତ୍ୟା କଲା, ତାହା ସାମ୍ନାକୁ ଆସିନାହିଁ। ତଦନ୍ତ ପରେ ପୂରା ଘଟଣା ଜଣାପଡ଼ିବା କହିଛି ସ୍ଥାନୀୟ ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/20/93CMuWHcvDpuL6W94z02.jpg)