ଚେନ୍ନାଇ: ଚେନ୍ନାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ନପୁଂସକ ତେଣୁ ଛାଡ଼ପତ୍ର ପାଇଁ କୋର୍ଟରେ ପତ୍ନୀ ମାମଲା ରୁଜୁ କରିଥିଲେ। ଅନ୍ୟପଟେ ସ୍ୱାମୀଙ୍କ ପୁରୁଷତ୍ୱକୁ ସନ୍ଦେହ କରିଥିବାରୁ ମହିଳାଙ୍କୁ ମହଙ୍ଗା ପଡ଼ିଛି। ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପତ୍ନୀଙ୍କ ପାଖକୁ ସେହି ଭିଡିଓ ପଠାଇବା ପରେ ତାଙ୍କ ପଦ ତଳକୁ ମାଟି ଖସି ଯାଇଥିଲା। ଏହି ଘଟଣାକୁ ନେଇ ପତ୍ନୀ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି।

Advertisment

ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ହାଇଦ୍ରାବାଦର ଲାଲ ବାହାଦୁର ନଗରରେ ଘଟିଛି। ଏଠାରେ ରହୁଥିବା ଭିବାବସୁଙ୍କ ବିବାହ ମୁତାମିଜ ନଗରରେ ବସବାସ କରୁଥିବା ଅନୁଷାଙ୍କ ସହିତ ୨୦୧୬ରେ ହୋଇଥିଲା। ଏମକେବି ନଗର ଆଲ ଉଇମେନ୍‌ ପୁଲିସ ଇନସ୍‌ପେକ୍ଟର ଡି ଚିତ୍ରାଙ୍କ କହିବାନୁସାରେ, ବିବାହ ପରେ ଦୁହେଁ ୧୫ଦିନ ପର୍ଯ୍ୟନ୍ତ ଏକାଠି ରହିଥିଲେ। ଏହି ୧୫ଦିନ ମଧ୍ୟରେ ଦୁହିଁଙ୍କ ଭିତରେ କଳହ ସୃଷ୍ଟି ହୋଇଥିଲା ଓ ଅନୁଷା ନିଜ ବାପ ଘରକୁ ଚାଲି ଯାଇଥିଲା। ଦୁଇଟି ପରିବାର ଅନୁଷା ଓ ଭିବାବସୁଙ୍କ ମଧ୍ୟରେ ହୋଇଥିବା ମନମାଳିନକୁ ଠିକ୍‌ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନୁଷା କାହାରି କିଛି କଥା ନଶୁଣି ସ୍ୱାମୀ ନପୁଂସକ ତେଣୁ ତାଙ୍କୁ ଛାଡ଼ପତ୍ର ଦରକାର ବୋଲି କୋର୍ଟରେ ଆବେଦନ କରିଥିଲେ।

publive-image

ଏହି କଥା ଯେତେବେଳେ ଭିବାବସୁ ଜାଣିଲେ, ନିଜର ପୁରୁଷତ୍ୱ ଉପରେ ପତ୍ନୀ ସନ୍ଦେହ କରୁଥିବା ନେଇ ସେ ରାଗି ଯାଇଥିଲା। ପତ୍ନୀଙ୍କ ଏହି କଥାକୁ ମିଥ୍ୟା ପ୍ରମାଣ କରିବା ପାଇଁ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ଏହି ସମୟର ଦୃଶ୍ୟକୁ ନିଜ କ୍ୟାମେରାରେ କୈଦ୍‌ କରି ନେଇଥିଲେ। ଏହି ଭିଡଓକୁ ନିଜର ପତ୍ନୀ ଓ ଶ୍ୱଶୁର ପାଖକୁ ପଠାଇଥିଲେ।