ହାଇଦ୍ରାବାଦ୍: ପୁଲିସ୍ ବିଭାଗ ସକ୍ରିୟ ରହିଲେ ଅପରାଧର ମାତ୍ରା ନିଶ୍ଚୟ କମିବ ଏଥିରେ ସନ୍ଦେହ ନାହିଁ। ସେଥି ପାଇଁ କର୍ମନିଷ୍ଠ ପୁଲିସ୍ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ହାଇଦ୍ରାବାଦ୍ର ସଞ୍ଜୟ କୁମାରଙ୍କ ପରି କର୍ମନିଷ୍ଠ ପୁଲିସ୍ ଅଧିକାରୀ ପୂରା ବିଭାଗ ପାଇଁ ଏକ ଉଦାହରଣ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ଏପରି, ଜଣେ ଅପହୃତ ଶିଶୁକୁ ସଞ୍ଜୟ କୁମାର ମାତ୍ର ୧୫ ଘଣ୍ଟା ମଧ୍ୟରେ ଉଦ୍ଧାର କରିପାରିଛନ୍ତି। ଏହି ଘଟଣାଟି ଏବେ ଟୁଇଟର୍ରେ ବେଶ୍ ଚର୍ଚ୍ଚା ପାଲଟିଛି। ସଞ୍ଜୟ ଶିଶୁଟିକୁ ଉଦ୍ଧାର କରିବା ପରେ ସଞ୍ଜୟଙ୍କ ସହ ଶିଶୁଟିର ଏକ ଫଟୋକୁ ଟୁଇଟ୍ କରିଛନ୍ତି ଅନ୍ୟ ଜଣେ ପୁଲିସ୍ ଅଧିକାରୀ ସ୍ୱାତୀ ଲକ୍ରା। ସଞ୍ଜୟଙ୍କ ହାତରେ ଥିବା ଶିଶୁଟିର ଫଟୋ ଏବେ ସୁଦ୍ଧା ଟୁଇଟର୍ରେ ୫୦୦୦ ସେୟାର୍ ହୋଇସାରିଲାଣି। ଫଟୋଟିରେ ଶିଶୁଟିର ଆକର୍ଷଣୀୟ ଅନେକଙ୍କ ମନକୁ ଛୁଇଁ ପାରିଛି।
ସଞ୍ଜୟଙ୍କ ହାତରେ ଥିବା ଶିଶୁଟିର ଫଟୋ ଏବେ ସୁଦ୍ଧା ଟୁଇଟର୍ରେ ୫୦୦୦ ସେୟାର୍ ହୋଇସାରିଲାଣି। ଏପରିକି ପୂର୍ବ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଟୁଇଟର୍ରେ ସଞ୍ଜୟ କୁମାରଙ୍କୁ ତଶଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ, ୨୧ ବର୍ଷୀୟ ମହିଳା ହମେରା ବେଗମ୍ ହାଇଦ୍ରାବାଦ୍ର ଦର୍ଘା ୟୁସଫ୍ୟାନ୍ ନିକଟରେ ଥିବା ହିମାଥରମ ଅଳଙ୍କାର ଦୋକାନ ସାମ୍ନା ରାସ୍ତା କଡ଼ରେ ନିଜର ୪ ମାସର ଶିଶୁ ପୁତ୍ରକୁ ଧରି ଶୋଇଥିଲେ। ସେହି ସମୟରେ ଅପହରଣକାରୀ ଆସି ପିଲାଟିକୁ ଅପହରଣ କରି ନେଇ ଯାଇଥିଲେ। ମହିଳା ଜଣକ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ଫଇଜାନ୍ ଖାନ୍କୁ କେହି ଜଣେ ଅପହରଣ କରି ନେଇଯାଇଛି ସେ ସେତେବେଳୋ ପୁଲିସ୍ରେ ଏକ ଅଭିଯୋଗ କରିଥିଲେ।
ପୁଲିସ୍ ଘଟଣାର ତଦନ୍ତ କରି ନିକଟସ୍ଥ ସିସିଟିଭି ଫୁଟେଜ୍ ଦେଖିଥିଲା। ଏହି ସିସିଟିଭି ଫୁଟେଜ୍ ସହାୟତାରେ ନାମାପାଲି ପୁଲିସ୍ ପିଲାଟିକୁ ଅପହରଣ ହେବାର ୧୫ ଘଣ୍ଟା ମଧ୍ୟରେ ଧରିବାକୁ ସମର୍ଥ ହୋଇଥିଲା। ପୁଲିସ୍ ପିଲାଟିକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ମହମ୍ମଦ ମୁସ୍ତାକ(୪୨) ଏବଂ ତାଙ୍କ ବନ୍ଧୁ ମହମ୍ମଦ ୟୁସୁଫ୍(୨୫)ଙ୍କୁ ଗିରଫ କରିଛି।
ଅଭିଯୁକ୍ତ ମୁସ୍ତାକ ହେଉଛନ୍ତି ଜଣେ ଆଟୋ ଚାଳକ। ସେ ପୁଲିସ୍ ସମ୍ମୁଖରେ ସ୍ୱୀକାର କରିଛନ୍ତି ଯେ ରେହେମତ୍ନଗରରେ ରହୁଥିବା ତାଙ୍କର ଜଣେ ସାଙ୍ଗ ତାଙ୍କୁ ଏକ ପିଲା ପାଇବାରେ ସାହାଯ୍ୟ କରିବାକୁ କହିଥିଲେ। ତା’ପରେ ସେ ଦୁହେଁ ଯୋଜନା କରି ରାସ୍ତା କଡ଼ରେ ଶୋଇଥିବା ହୁମେରାଙ୍କ ପୁତ୍ରକୁ ଅପହରଣ କରିଥିଲେ। ମାତ୍ର ପୁତ୍ରକୁ ଅପହରଣ କରି ସାରିବା ପରେ ମୁସ୍ତାକ ଯେତେବେଳେ ଶିଶୁଟିକୁ ତାଙ୍କ ବନ୍ଧୁଙ୍କୁ ଦେଇଥିଲେ, ତାଙ୍କ ବନ୍ଧୁଙ୍କ ପରିବାର ଲୋକେ ଅରାଜି ହେବାରୁ ସେ ପିଲାଟିକୁ ନେବାକୁ ମନା କରିଦେଲେ। ଫଳରେ ମୁସ୍ତାକ ଶିଶୁଟିକୁ ନେଇ ନିଜ ଘରେ ରଖିଥିଲେ।
ଶିଶୁଟିକୁ ଉଦ୍ଧାର କରିଥିବାରୁ ଟୁଇଟର୍ରେ ଏବେ ପୁଲିସ୍ ଅଧିକାରୀ ସଞ୍ଜୟ କୁମାରଙ୍କର ପ୍ରଶଂସା କହିଲେ ନସରେ। ଭାରତ ସଞ୍ଜୟଙ୍କ ପରି ପୁଲିସ୍କୁ ଆବଶ୍ୟକ କରୁଛି ବୋଲି ଅନେକ ଟୁଇଟର୍ ବ୍ୟବହାରକାରୀ ମତ ରଖିଛନ୍ତି। ଏପରିକି ପୂର୍ବ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଟୁଇଟର୍ରେ ସଞ୍ଜୟ କୁମାରଙ୍କୁ ତଶଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।