ହାଇଦ୍ରାବାଦ୍ : ନୋଏଡାରେ ଥିବା ଜେନ୍ପ୍ୟାକ୍ଟ କମ୍ପାନୀର କର୍ମଚାରୀ ଆତ୍ମହତ୍ୟା କରିବା ପରେ ଏବେ ହାଇଦ୍ରାବାଦ୍ର ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଉପରିସ୍ଥ ଅଧିକାରୀଙ୍କ ଅସଦାଚରଣକୁ ସହି ନ ପାରି ପୀଡ଼ିତ ଏପରି କରିଥିବା ସୂଚନା ମିଳିଛି । ଅଫିସରେ ଥିବା ନିଜ କେବିନ୍ ମଧ୍ୟରେ ପୀଡ଼ିତ ନୁଥାଲାଗାଣ୍ଟି ନରସିଂହ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମୃତ ଦେହ ପାଖରୁ ଏକ ଚିଠି ମିଳିଥିଲା । ଯେଉଁଥିରେ ସେ ମୋଦିଙ୍କୁ ନେଇ କିଛି କଥା ଲେଖିଥିଲେ ।
/sambad/media/post_attachments/wp-content/uploads/2018/12/download-2-23-300x168.jpg)
ନିଜ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ସେ ଲେଖିଥିବା ଚିଠିରେ କେବଳ ମୋଦି ହିଁ ଦେଶକୁ ବଞ୍ଚାଇ ପାରିବେ ବୋଲି ଉଲ୍ଲେଖ କରିଛନ୍ତି । ଏହା ସହ ଆଗକୁ ସେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ମୋଦିଙ୍କୁ ହିଁ ଦେଖିବାକୁ ଚାହୁଁଥିବା ଲେଖିଛନ୍ତି । ଚିଠି ପାଇବା ପରେ ପୁଲିସ ନରସିଂହଙ୍କ ଉପରିସ୍ଥ ଅଧିକାରୀଙ୍କୁ ଖୋଜିବା ଆରମ୍ଭ କରିଛି ।