ମୁଁ ଆଇଏଏସ୍‌ ଅଫିସର୍‌, ମୋ କାମ ଜଲ୍‌ଦି କରିଦିଅ, ଥାନାକୁ ଫୋନ୍‌ କରି କହିଥିବା ବ୍ୟକ୍ତି ଗିରଫ

ନଇଡ଼ା: ଆଇଏଏସ୍‌ ଅଫିସର ବୋଲି ପରିଚୟ ଦେଇ ନିଜ ଆତ୍ମୀୟ ଏବଂ ବନ୍ଧୁମାନଙ୍କର କାର୍ଯ୍ୟ କରାଇ ନେଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ଶନିବାର ଦିନ ପୁଲିସ କହିଛି।

ସେ ବ୍ୟକ୍ତିଜଣକ ହେଉଛନ୍ତି ୨୯ ବର୍ଷିୟ ମଣି ତ୍ୟାଗୀ। ନିକଟ ଅତୀତରେ ସେ ଗୌତମ ବୁଦ୍ଧ ନଗର (ଗ୍ରାମୀଣ) ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିନୀତ ଜୈସଓ୍ଵାଲ୍‌ଙ୍କୁ ଫୋନ୍‌ କରି କହିଥିଲେ ଯେ ସେ ଜଣେ ଆଇଏଏସ୍‌ ଅଫିସର୍‌। ତାଙ୍କର ଜଣେ ପରିଚିତ ଲୋକଙ୍କର କାମ ଜଲ୍‌ଦି କରି ଦେବାକୁ ସେ ତାଙ୍କ ଉପରେ ଚାପ ପକାଇଥିଲେ।

ପୁଲିସ ଅଧିକାରୀଙ୍କ ମନରେ ସନ୍ଦେହ ହୋଇଥିଲା। ସେ ଉକ୍ତ ଫୋନ୍‌ ନମ୍ବରଟିକୁ ସର୍ଭିଲାନ୍‌ସ୍‌ରେ ରଖିଲେ ଏବଂ ଟ୍ରାକ୍‌ କରିବା ପରେ ଗାଜିଆବାଦରୁ ବୋଲି ଜଣାପଡ଼ିଲା।
ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗ୍ରେଟର୍‌ ନଇଡ଼ା ଅନ୍ତର୍ଗତ ବଦଲପୁର ଥାନାର ଦଳେ ପୁଲିସ ଗିରଫ କରିଥିଲେ।

ପୁଲିସ ଅଧିକାରୀ କହିଛନ୍ତି: ବେଳେ ବେଳେ ସେ କହିବେ, ସେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବେ ତ୍ରିପୁରାରେ ଅବସ୍ଥାପିତ। ପୁଲିସ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ସେ ନିଜର ବ୍ୟାଚ୍‌ ଏବଂ କ୍ୟାଡର୍‌ କଥା କହନ୍ତି।

ତ୍ୟାଗୀଙ୍କ ଘର ଗାଜିଆବାଦ ଅଞ୍ଚଳର ସାହିବାବାଦରେ। ସେ କଳାରେ ସ୍ନାତକ। ଏକ ଘରୋଇ କମ୍ପାନି ସୁପର ଭାଇଜର୍‌ କାମ କରୁଥିବା କଥା କହୁଛନ୍ତି। କିନ୍ତୁ, ଏ କଥା ଯାଞ୍ଚ ହୋଇ ନାହିଁ।

ତ୍ୟାଗୀ କହନ୍ତି ସେ, ତ୍ରିପୁରାରେ ନିଯୁକ୍ତ ତାଙ୍କର ଜଣେ ଦୂର ସମ୍ପର୍କକୀୟ ଆଇଏଏସ୍‌ ଅଧିକାରୀଙ୍କ ନାମ ଉଲ୍ଲେଖ କରିଥିଲେ।

କିଛି ଲୋକଙ୍କ ସାହାଯ୍ୟ କରିବାକୁ ସେ ଅଳ୍ପ କେତେ ଥର ସମ୍ପୃକ୍ତ ଅଧିକାରୀଙ୍କ ନାମ ବ୍ୟବହାର କରିଛନ୍ତି ଏବଂ ଏଥିପାଇଁ କେବେ କାହା ଠାରୁ ପଇସାଟିଏ ମଧ୍ୟ ନେଇ ନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର