ଝିଅ ଭାବି ବିବାହ କରିଥିଲି, ହେଲେ ମୋର ସବୁ ସ୍ବପ୍ନ ମାଟିରେ ମିଶିଗଲା; ଏଭଳି କହି ସୁପ୍ରିମକୋର୍ଟରେ ନ୍ୟାୟ ମାଗିଲେ ଯୁବକ

ନୂଆଦିଲ୍ଲୀ: ଝିଅ ଭାବି ବିବାହ କରିଥିଲି, ହେଲେ ପରେ ସବୁ ସତ ମୋ ସାମ୍ନାକୁ ଆସିଥିଲା। ଏବେ ମୁଁ ନ୍ୟାୟ ଚାହୁଁଛି। ମୋର ଏଥିରେ କିଛି ବି ଭୁଲ ନାହିଁ। ମୋତେ ନ୍ୟାୟ ଦିଅନ୍ତୁ ବୋଲି କହି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ବାଲିୟରର ଜଣେ ଯୁବକ। ଯୁବକଜଣକ ଅଭିଯୋଗ କରିଛନ୍ତି ଯେ, ମହିଳା କହି ତାଙ୍କୁ ଜଣେ ପୁରୁଷଙ୍କ ସହ ବିବାହ କରିଦିଆଯାଇଛି। ଏନେଇ ସେ ନ୍ୟାୟ ମାଗିବା ସହ ପତ୍ନୀ ଏବଂ ଶଶୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ଯୁବକଙ୍କ କହିବା ମୁତାବକ, ତାଙ୍କ ପତ୍ନୀଙ୍କ ଯୌନାଙ୍ଗ ପୁରୁଷଙ୍କ ଭଳି। ତାଙ୍କୁ ଠକିଦିଆଯାଇଛି। ତେବେ ପ୍ରଥମେ ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ରାଜି ନଥିଲେ। କିନ୍ତୁ ଏବେ ଡାକ୍ତରୀ ରିପୋର୍ଟକୁ ଦେଖି ସୁପ୍ରିମକୋର୍ଟ ଯୁବକଙ୍କ ପତ୍ନୀଙ୍କୁ ନୋଟିସ ଜାରି କରିଛନ୍ତି। ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି ଯେ, ପତ୍ନୀ ପୁରୁଷ ନୁହନ୍ତି ବରଂ ଜଣେ ମହିଳା ଏବଂ ତାଙ୍କର ଗର୍ଭାଶୟ ମଧ୍ୟ ଅଛି। ହେଲେ ଏସବୁ ଥିବା ସହ ତାଙ୍କର ଯୌନାଙ୍ଗ ପୁରୁଷଙ୍କ ଭଳି ମଧ୍ୟ ରହିଛି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ଅନୁଯାୟୀ, ଉଭୟ ୨୦୧୬ ମସିହାରେ ବିବାହ କରିଥିଲେ କିନ୍ତୁ ପତ୍ନୀ କିଛି ଦିନ ପାଇଁ ବିବାହକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। କିଛି ଦିନ ପରେ ଯୁବକଜଣକ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରିବା ପରେ ପତ୍ନୀଙ୍କ ‌ଯୌନାଙ୍ଗ ପୁରୁଷଙ୍କକ ଭଳି ବୋଲି ଜାଣିପାରିଥିଲେ। ଏହା ପରେ ଯୁବକଜଣକ ତାଙ୍କ ପତ୍ନୀଙ୍କୁ ମେଡିକାଲ ଯାଞ୍ଚ ପାଇଁ ନେଇଥିଲେ। ପରୀକ୍ଷା ପରେ ତାଙ୍କ ପତ୍ନୀଙ୍କର ହାଇପରପ୍ଲାସିଆ ନାମକ ଏକ ଜନ୍ମଗତ ସମସ୍ୟା ଥିବା ଜଣାପଡିଥିଲା।  କେବେ ମା’ ହୋଇପାରିବେ ନାହିଁ ବୋଲି ଡାକ୍ତର କହିବା ପରେ ଯୁୁବକଜଣକ ପତ୍ନୀକୁ ତାଙ୍କ ବାପ ଘରେ ଛାଡ଼ି ଏବେ ନ୍ୟାୟ ଭିକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର