ଲକ୍ଷାଧିକ ଟଙ୍କାର ଆଇସକ୍ରିମ୍‌ ମେସିନ୍‌ ଜବତ, କର୍ମଚାରୀ ଗିରଫ

ଧଉଳି: ଶିଶୁପାଳଗଡ଼ ଅଞ୍ଚଳରେ ଥିବା କୋନ୍‌ ଆଇସକ୍ରିମ୍‌ ପ୍ରସ୍ତୁତ ଫ୍ୟାକ୍ଟ୍ରିରୁ ଲକ୍ଷାଧିକ ଟଙ୍କାର ମେସିନ୍‌ ଚୋରି ମାମଲାରେ ଉକ୍ତ ସ˚ସ୍ଥାର ଜଣେ ପୂର୍ବତନ କର୍ମଚାରୀଙ୍କୁ ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ କର୍ମଚାରୀ ଜଣକ ହେଲେ ବୌଦ୍ଧ ଥାନା ମଧୁପୁର ଗ୍ରାମର ସୁଧା˚ଶୁ ନନ୍ଦୀ(୨୬)। ତେବେ ଜାମିନ ନାମ˚ଜୁର ହୋଇଯିବାରୁ ପୁଲିସ ସୁଧା˚ଶୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ କୃଷ୍ଣଠାରୁ ଚୋରିଯାଇଥିବା ଲକ୍ଷେ ୩୦ ହଜାର ଟଙ୍କାର ମେସିନ୍‌କୁ ମଧ୍ୟ ଜବତ କରିଛି। ଏ ସ˚ପର୍କରେ ଜଗତ୍‌ସି˚ହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର ଫ୍ୟାକ୍ଟ୍ରି ମାଲିକ ବାସୁଦେବ ସ୍ବାଇଁ ୪ ତାରିଖରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଥାନାରେ ଚୋରି ମାମଲା ରୁଜୁ କରି ଏହାର ଅନୁସନ୍ଧାନ ଜାରି ରଖିଥିଲା।

ସମ୍ବନ୍ଧିତ ଖବର