ପାଟନା: ପାଟନାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟାଙ୍କ ପରିଚାଳକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ କୂଅରୁ ମିଳିଛି। ମୃତ ଆଇସିଆଇସିଆଇ ବ୍ୟାଙ୍କ ପରିଚାଳକଙ୍କ ନାମ ଅଭିଷେକ ବରୁଣ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପାଟନାର କଙ୍କାରବାଗ ଅଞ୍ଚଳରେ ରହୁଥିବା ଅଭିଷେକ ବରୁଣ ଗତଶନିବାର ରାତିରେ ତାଙ୍କ ପରିବାର ସହିତ ରାମକୃଷ୍ଣ ନଗର ଅଞ୍ଚଳରେ ଏକ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ରାତି ପ୍ରାୟ ୧୦ଟାରେ, ସେ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ଘରକୁ ପଠାଇ ନିଜେ ପାର୍ଟିରେ ରହି ଯାଇଥିଲେ। ରାତି ୧ଟାରେ, ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରି କହିଥିଲେ ତାଙ୍କ ସହିତ ଏକ ଦୁର୍ଘଟଣା ଘଟିଛି। ଏହା ପରେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ହୋଇଯାଇଥିଲା।
ପରିବାର ଲୋକେ ଅଭିଷେକଙ୍କୁ ସାରା ରାତି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କର କୌଣସି ପ୍ରକାର ସୁରାକ ମିଳି ନଥିଲା। ଏହାପରେ ପରିବାରଲୋକ ପୁଲିସରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ପୁଲିସ ତଦନ୍ତ କରି ଆଜି ସକାଳେ ବେଉର ଜେଲ୍ ଅଞ୍ଚଳରୁ ଏକ କୂଅ ଭିତରୁ ଅଭିଷେକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ମାମଲାର ପ୍ରତ୍ୟେକ ଦିଗକୁ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/15/new-project-5-2025-07-15-18-44-01.jpg)