ମୁମ୍ବାଇ: ଆମ ଭିତରୁ ଅଧିକାଂଶ ଟ୍ରେନ୍ରେ ଗଲାବେଳେ ଷ୍ଟେସନ୍ରେ ବିକ୍ରି ହେଉଥିବା ଇଡ୍ଲି-ଚଟଣୀ ଖାଇବାକୁ ପସନ୍ଦ କରୁ। ଆଉ ତାହା ବି ଖୁବ୍ ସ୍ୱାଦିଷ୍ଟ ହୋଇଥାଏ। ନିକଟରେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏକ ଭିଡ଼ିଓ ଦେଖିଲେ ଆପଣ ହୁଏତ ରେଳ ଷ୍ଟେସନରୁ ଇଡ୍ଲି ଖାଇବା ପୂର୍ବରୁ ଦୁଇଥର ଚିନ୍ତା କରିବେ। ଏହି ଭିଡିଓରେ ଜଣେ ଇଡ୍ଲି ବିକାଳି ଟ୍ରେନ୍ର ଟଏଲେଟ୍ରୁ ପାଣି ନେଇ ଇଡ୍ଲି ପ୍ରସ୍ତୁତ କରୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁମ୍ବାଇର ଖାଦ୍ୟ ବିଭାଗ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି।
ମୁମ୍ବାଇ ଖାଦ୍ୟ ବିଭାଗର ଶୈଲେଶ ଅଧନ କହିଛନ୍ତି, ଟ୍ରେନ୍ ଟଏଲେଟର ପାଣି ପାନୀୟ ନୁହେଁ। ଏହା ଦୂଷିତ ହେବା ସହ ସଂକ୍ରାମକ ବି ହୋଇପାରେ। ତେଣୁ ଟଏଲେଟ୍ରେ ଆସୁଥିବା ପାଣିରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ବେଆଇନ। ଆମେ ଏହାର ତଦନ୍ତ କରୁଛୁ।
#हे राम! नींबू शरबत के बाद अब इडली भी गंदे पानी से !! इस वायरल वीडियो में इडली विक्रेता इडली के लिए # Borivali स्टेशन के शौचालय से गंदा पानी लेते हुए दिख रहा है #BMC#FDA ?@ndtvindia@MumbaiPolice@WesternRlypic.twitter.com/TFmRkgoMMN
— sunilkumar singh (@sunilcredible) 31 May 2019
ଏହି ଭିଡିଓରେ ଦେଖିବାକୁ ମିଳିଛି କି ରେଳ ଷ୍ଟେସନ୍ରେ ଇଡ୍ଲି ବିକ୍ରି କରୁଥିବା ଜଣେ ଦୋକାନୀ ଗୋଟିଏ ଟ୍ରେନ୍ର ଟଏଲେଟରୁ ପାଣି ଆଣି ସେଥିରେ ଚଟଣୀ ପ୍ରସ୍ତୁତ କରୁଛି। ୪୫ ସେକେଣ୍ଡରେ ଏହି ଭିଡିଓରେ ଏହା କିନ୍ତୁ ସ୍ପଷ୍ଟ ହେଉ ନାହିଁ କି କେଉଁ ଷ୍ଟେସନ୍ରେ ବିକଳି ଜଣକ ଏପରି କରୁଛି।
ଆମେ ଭିଡିଓଟିକୁ ପରୀକ୍ଷା କରି ଦେଖୁଛୁ। ଏଥିରେ ଥିବା ଇଡ୍ଲି ବିକାଳିର ପରିଚୟ ମିଳିବା ପରେ ତା’ର ଲାଇସେନ୍ସ ରଦ୍ଦ କରାଯିବ ବୋଲି ମୁମ୍ବାଇ ଖାଦ୍ୟ ପ୍ରଶାସନ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/download-3.jpg)