ହାଇଦ୍ରାବାଦ୍‌: ଆଇଆଇଟି ହାଇଦ୍ରାବାଦ୍‌ର ଜଣେ ମାଷ୍ଟର୍‌ ଡିଗ୍ରି ଶେଷ ବର୍ଷ ଛାତ୍ର ଚାକିରି ପାଇବାରେ ଅସମର୍ଥ ହେବାରୁ ନିଜ ଜୀବନ ହାରି ଦେଇଛନ୍ତି। ଛାତ୍ର ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବାପାମାଆ ଓ ସାଙ୍ଗମାନଙ୍କ ପାଇଁ କିଛି ଲେଖିକି ଛାଡ଼ି ଦେଇଛନ୍ତି। ଯାହାକୁ ଦେଖିବା ପରେ ଯେ କେହି ବି କାନ୍ଦି ପକାଇବେ।

Advertisment

ଛାତ୍ର ଜଣକ ବାପାମାଆଙ୍କୁ ଲେଖିଥିବା ପତ୍ରରେ ପ୍ରଥମେ ତାଙ୍କୁ କ୍ଷମା ମାଗିଛନ୍ତି। ତାଙ୍କ ବାପାମାଆ ପିଲାଟି ଦିନରୁ ତାଙ୍କ ପାଇଁ ଯେଉଁ ତ୍ୟାଗ କରିଛନ୍ତି ତାହାର ଭରଣା କରି ନପାରିଥିବା ହେତୁ ନିଜକୁ ଛୋଟ ମଣିଛନ୍ତି।

ସେ ଆଠ ପୃଷ୍ଠାର ଏକ ଲମ୍ବା ସୁଇସାଇଡ୍‌ ନୋଟ୍‌ରେ ସେ ଜୀବନ ଉପରେ ନିଜର ମତ ଲେଖିଛନ୍ତି। ଚାକିରି ଖଣ୍ଡେ ନପାଇଥିବା ହେତୁ ନିଜର ଦୁଃଖ ବ୍ୟକ୍ତ କରିଥିବା ସହ ତାଙ୍କ ବନ୍ଧୁମାନଙ୍କୁ ଜୀବନକୁ ଭଲ କରି ଉପଭୋଗ କରି ବଞ୍ଚିବାକୁ ଲେଖି ଯାଇଛନ୍ତି।

ଏହି ଛାତ୍ର ଜଣକ ନିଜକୁ ହାଇଦ୍ରାବାଦ୍‌ ଆଇଆଇଟି ହଷ୍ଟେଲ୍‌ ରୁମ୍‌ ଭିତରେ ଫାଶିରେ ଝୁଲାଇ ଜୀବନ ହାରିଛନ୍ତି।