କାନପୁର: ଆଇଆଇଟି କାନପୁରର ଜଣେ ଛାତ୍ରୀଙ୍କୁ ମହିଳା ହଷ୍ଟେଲ ଭିତରେ ନୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛିି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୋସିଆଲ ମିଡିଆରେ ହୋଇଥିବା ବନ୍ଧୁତ୍ୱ ଆଧାରରେ ଯୁବକ ଜଣକ ତାଙ୍କ ସହିତ ସମ୍ପର୍କ ରଖିବା ପରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।
ଗତ ବୁଧବାର ଦିନ କାନପୁରର କଲ୍ୟାଣପୁର ଥାନାରେ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଭାରତୀୟ ବାୟୁସେନାରେ ଚାକିରି କରିଥିବା ସୀତାଂଶୁ ନାମକ ବିହାରର ଜଣେ ଯୁବକଙ୍କ ନାମରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଗତ ଛଅ ମାସ ତଳେ ସୀତାଂଶୁଙ୍କ ସହିତ ଯୁବତୀଙ୍କର ଫେସବୁକ୍ରୁ ସମ୍ପର୍କ ଘନିଷ୍ଠ ହୋଇଥିଲା। ସୀତାଂଶୁ ବାରମ୍ବାର ଆଇଆଇଟି କାନପୁର ମହିଳା ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ ଭେଟିବାକୁ ଆସୁଥିଲେ। ଏପରିକି ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବେ ବୋଲିି ମଧ୍ୟ ସୀତାଂଶୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଗତ ଜାନୁଆରି ୬ ତାରିଖ ଦିନ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହିତ ହଷ୍ଟେଲରେ ସୀତାଂଶୁ ଶରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ବିବାହ ନ କରି ପ୍ରତାରଣା କରିଥିଲେ। ଏ ନେଇ ଯୁବତୀଙ୍କ ଅଭିଯୋଗ କମେ ଦଫା ୩୭୬( ଦୁଷ୍କର୍ମ;), ୫୦୪, ୫୦୬ , ୩୫୪ (ଖ) ଓ ୧୨୦ ଖ)ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଏହି ମାମଲାରେ ସୀତାଂଶଉଙ୍କ ଭଉଣୀ, ଭିଣୋଇ ଓ ଅନଞ୍ଜୟ ସିଂହ ନାମକ ଜଣେ ବନ୍ଧୁଙ୍କ ନାମରେ ମଧ୍ୟ ସାମିଲ ଥିବାର ସେମାନଙ୍କ ନାମରେ ମଧ୍ୟ ମାମଲା ଦାୟକ କରାଯାଇଛି।
ଆଇଆଇଟି କାନପୁର ହଷ୍ଟେଲରେ ଛାତ୍ରୀଙ୍କୁ ଦୁଷ୍କର୍ମ
/sambad/media/post_attachments/wp-content/uploads/2018/01/Rape_2-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)