ଗୋଟିଏ ରାତିରେ ହାଇଦ୍ରାବାଦରେ ୧୧୩ ଡ୍ରିଙ୍କ୍‌ ଡ୍ରାଇଭିଙ୍ଗ୍‌ ମାମଲା; ୫୪ କାର୍‌ ଓ ୫୯ ବାଇକ୍‌ ଜବତ

ହାଇଦ୍ରାବାଦ: ନିଶା ସେବନ କରି ଗାଡ଼ି ଚଳାଇବା ଜନିତ ବିପଦ ନିୟନ୍ତ୍ରଣ କରିବାକୁ ହାଇଦ୍ରାବାଦ ଟ୍ରାଫିକ୍‌ ପୁଲିସ ୧୧୩ ଜଣ ଲୋକଙ୍କ ଉପରେ ଡ୍ରିଙ୍କ୍‌ ଡ୍ରାଇଭ୍‌ ମାମାଲା ରୁଜୁ କରିଛି। ଚେକିଙ୍ଗ୍‌ ସମୟରେ ପୁଲିସ ୫୪ଟି କାର୍‌ ଏବଂ ୫୯ଟି ମଟରସାଇକେଲ ଜବତ କରିଛି।

ନଭେମ୍ବର ୨୫-୨୬ ତାରିଖ ରାତିରେ ହାଇଦ୍ରାବାଦ ଟ୍ରାଫିକ୍‌ ପୁଲିସ ସହରର ବିଭିନ୍ନ ସ୍ଥାନରେ ଚେକିଙ୍ଗ୍‌ ଅଭିଯାନ ଚଳାଇ ଥିଲା।

ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ ଚେକିଙ୍ଗ୍‌ ବେଳେ ଟ୍ରାଫିକ୍‌ ପୁଲିସ ୧୧୩ ଜଣ ବ୍ୟକ୍ତିଙ୍କୁ ବୁକ୍‌ କରିଛି। ସେମାନଙ୍କ ବିରୋଧରେ ଚାର୍ଜ ସିଟ୍‌ ଫାଇଲ କରାଯିବା ପରେ ସେମାନଙ୍କୁ ଅଦାଲତରେ ହାଜର କରାଯିବ।

ଗତ ଦୁଇ ମାସ ହେବ ସହରରେ ୧୦୦୦ ରୁ ଅଧିକ ଡ୍ରିଙ୍କ୍‌ ଡ୍ରାଇଭ୍‌ ମାମଲା ପଞ୍ଜିକରଣ ହେଲାଣି।

ସମ୍ବନ୍ଧିତ ଖବର