୧୫ହଜାର ଟଙ୍କା ନେବା ପରେ ପ୍ରେମିକ ସହ ସବୁ ସଂପର୍କ ଭାଙ୍ଗିଲା ପ୍ରେମିକା, ଟଙ୍କା ମାଗିବାରୁ ସମସ୍ତଙ୍କ ଆଗରେ କଲା ଏଭଳି କାମ

ଆଗ୍ରା : ଆଗ୍ରାର ଜଗଦୀଶ୍‌ପୂରାରେ ପ୍ରେମିକାକୁ ଦେଇଥିବା ଟଙ୍କା ମାଗିବା ଭାରୀ ପଡ଼ିଛି । ଟଙ୍କା ମିଳିବା ପରିବର୍ତ୍ତେ ମିଳିଛି ଚାପୁଡ଼ା । ଏହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ହଠାତ୍‌ ଯୁବତୀଜଣକ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ । ଏହା ଦେଖି ପାଖରେ ଥିବା ଲୋକ ଆସି ମାମଲା କ’ଣ ବୋଲି ପଚାରିବା ପରେ ଯୁବତୀ ଯୁବକଜଣଙ୍କ ମୋ ଫୋନ ଛଡ଼ାଇ ନେବା ପାଇଁ ଚେଷ୍ଟା କରୁଥିବା କହିଥିଲେ । ଯାହା ଶୁଣି ଲୋକେ ପ୍ରେମିକକୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଘଟଣାଟି ଅଧିକ ଗମ୍ଭୀର ହେଉଥିବା ଦେଖି ପୁଲିସକୁ ଫୋନ କରି ଜଣାଇଥିଲା ପ୍ରେମିକା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି,ପ୍ରେମିକକୁ ଗିରଫ କରି ପୁଲିସ ଷ୍ଟେସନ ନେଇଥିଲା ।

ସେଠାରେ ପହଞ୍ଚିବା ପରେ ଯୁବକ ଜଣକ କହିଥିଲା, ମୁଁ କ’ଣ ପାଇଁ ଏତେ କମ୍‌ ଟଙ୍କାର ଫୋନ ଚୋରି କରିବାକୁ ଯିବି? ଯିଏ ମୋତେ ମାଡ଼ ମାରୁଥିଲା ସେ ମୋ ପ୍ରେମିକା । ଆମେ ଦୁହେଁ ଗୋଟେ ଗାଁର । ସେ ମୋତେ ଭଲ ପାଉଛି ବୋଲି କହି ମୋ ଠାରୁ ୧୫ହଜାର ଟଙ୍କା ନେଇଥିଲା । କିନ୍ତୁ ଏବେ ସବୁ ସଂପର୍କ ଭାଙ୍ଗିବା ସହ ନେଇଥିବା ଟଙ୍କା ଫେରାଉ ନାହିଁ । ସେହି ଟଙ୍କା ମୁଁ ମାଗିବାକୁ ଯାଇଥିବା ବେଳେ ସେ ମୋ ଉପରେ ଏଭଳି ମିଥ୍ୟା ଆରୋପ ଲଗାଇଥିଲା।’ ଦୁଇ ପକ୍ଷର କଥା ଶୁଣିବା ପରେ କିଏ ସତ କହୁଛି ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର