ଅଲଓ୍ଵାର: ଜଣେ ମୁସ୍ଲମାନ ଦମ୍ପତିଙ୍କୁ ଶନିବାର ରାତିରେ ‘ଜୟ ଶ୍ରୀ ରାମ’ କହିବାକୁ ବାଧ୍ୟ କରିଥିବା ଅଭିଯୋଗରେ ରବିବାର ସକାଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ଚଳିତମାସ ୧୮ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯାଇଛି।
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୁସ୍ଲମାନ ପତି, ପତ୍ନୀ ଦ୍ୱୟ ହରିଆଣାର ଅଲଓ୍ଵାର ବସ୍ ଷ୍ଟାଣ୍ଡ୍ରେ ଶନିବାର ବସିଥିବା ବେଳେ ରାତି ପ୍ରାୟ ୧୧.୩୦ ସମୟରେ ଏକ ମଟର ସାଇକେଲ୍ରେ ୨ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ହଇରାଣ କରିଥିଲେ। ଦମ୍ପତିଙ୍କୁ ଜୋର୍ଜବରଦସ୍ତ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିଥିଲେ।
ଏ ସଂପର୍କରେ ଅଲଓ୍ଵାର ମହିଳା ଥାନାର ଷ୍ଟେସନ୍ ହାଉସ ଅଧିକାରୀ ଚଉଥମାଲ ବର୍ମା କହିଛନ୍ତି, ‘କତଓ୍ଵାଲି ପୁଲିସ୍ ଷ୍ଟେସନ୍ରେ ମାମଲା ରୁଜ୍ଜୁ ହୋଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।’ ମୁସ୍ଲମାନ ଦମ୍ପତିଙ୍କୁ ହଇରାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଦେହଖାହାରୀମାନେ ପୁଲିସ୍ ଡାକି ପୁଲିସ୍ ହାତରେ ଧରାଇ ଦେଇଥିବା ସୂଚନା ରହିଛି।