ଫୁଲବାଣୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୮ ତାରିଖରେ ଭିଜିଲାନସ୍ ଜାଲରେ ପଡ଼ିଥିଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପାଳିକା ନିର୍ବାହୀ ଅଧିକାରୀ ରାଧାମୋହନ ବେହେରା। ସେ ଗିରଫ ହୋଇ ଆଜି ଜେଲ୍ ଯାଇଛନ୍ତି। ଭିଜିଲାନସ୍ ବିଧିବଦ୍ଧ ମାମଲା ରୁଜୁ କରି ତାଙ୍କୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ କୋର୍ଟ ଚାଲାଣ କରିଥିଲା। ଜାମିନ ଶୁଣାଣି ଅସମାପ୍ତ ଥିବା ବେଳେ ତାଙ୍କୁ ଅଦାଲତଙ୍କ ନିର୍ଦେଶରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, କୋର୍ଟର ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନସ ପକ୍ଷରୁ ଗତ ୨୮ ତାରିଖରେ ଭିଜିଲାନ୍ସ ଚଢାଉ ପରେ ଠାବ ସମ୍ପତ୍ତି ମଧ୍ୟରୁ ୧ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ବାବଦରେ ହିସାବ ଦେଇ ନ ପାରିବାରୁ ନିର୍ବାହୀ ଅଧିକାରୀ ବେହେରାଙ୍କୁ ଗତକାଲି ଗିରଫ କରାଯାଇଥିଲା।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ଜେଲ୍ ଗଲେ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ
/sambad/media/post_attachments/wp-content/uploads/2019/06/tment-can-i-go-to-rehab-instead-of-jail-article-photo-hands-of-prisoner-4.jpg)