ନୂଆଦିଲ୍ଲୀ: ଦେଶର ଅନେକ ଗୁଡିଏ ବ୍ୟାଙ୍କରୁ ଶହ ଶହ କୋଟି ଟଙ୍କାର ଋଣ ନେଇଥିବା ବ୍ୟବସାୟୀ ବିଜୟ ମାଲ୍ୟା ଇଂଲଣ୍ଡ ପଳାଇଛନ୍ତି। ତେବେ ଗତ ମାସରେ ତାଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ଲଣ୍ଡନ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ବିଜୟ ମାଲ୍ୟା ଭାରତ ଆସିନଥିଲେ। ତେବେ ସେ କୋର୍ଟଙ୍କୁ କହିଥିଲେ ଯେ, ଭାରତରେ ତାଙ୍କୁ ରଖିବା ଭଳି କୌଣସି ଜେଲରେ ସୁବିଧା ନାହିଁ। ତେଣୁ ସେ ଏପରି ଜେଲରେ ରହିଲେ ତାଙ୍କ ସ୍ବାସ୍ଥ୍ୟହାନୀ ହେବ। ଅନ୍ୟପକ୍ଷରେ ଭାରତ ପକ୍ଷରୁ କୁହାଯାଇଥିଲା ମାଲ୍ୟାଙ୍କୁ ଭାରତରେ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସେଠାକାର କୋର୍ଟ ମାଲ୍ୟାଙ୍କୁ କେଉଁଠାରେ ରଖାଯିବ ତାହାର ଏକ ଭିଡିଓ ଦାଖଲ କରିବା ପାଇଁ କହିଥିଲେ। ମିଳିଥିବା ସୂଚନା ଅନୁସାରେ ମାଲ୍ୟାଙ୍କୁ ମହାରାଷ୍ଟ୍ରର ମୁମ୍ବାଇ ଆର୍ଥର ରୋଡ ଜେଲରେ ରଖାଯିବ। ତେଣୁ ସେ ଜେଲରେ ୮ ମିନିଟର ଏକ ଭିଡିଓ ଉତ୍ତୋଳନ କରି କୋର୍ଟରେ ଦାଖଲ କରାଯାଇଛି। ସେଠାକାର ଜେଲର ୧୨ନମ୍ବର .କୋଠରୀରେ ତାଙ୍କୁ ରଖାଯିବ। ଏହାସହ ସେହିଠାରେ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଏହାସହ ସେଠାରେ ଏକ ଝରକା ରହିଛି ଯେଉଁଥିରେ କି ବାହାରର ପ୍ରାକୃତିକ ପବନ, ଆଲୋକ ତାଙ୍କୁ ମିଳିବ। ସେଠାରେ ଟିଭି ବ୍ୟତୀତ ବ୍ୟକ୍ତିଗତ .ଶୌଚାଳୟ, ସଫାସଫି କରିବା ପାଇଁ ସ୍ଥାନ ବ୍ୟତୀତ ବିଛଣା ବି ରହିଛି।
କେବଳ ଏତିକି ନୁହେଁ, ମାଲ୍ୟାଙ୍କୁ ସେଠାରେ ପାଠାଗାରାର ମଧ୍ୟ ସୁବିଧା ମିଳିପାରିବ। ଏହାସହ କୋର୍ଟରେ ଭାରତ ପକ୍ଷକୁ କୁହାଯାଇଛି ମାଲ୍ୟା ଯେଉଁସ୍ଥାନରେ ବା କୋଠରୀରେ ରହିବେ ସେଠାରେ ଶାନ୍ତ ପରିବେଶ ରହିଛି। ସେ ଚାହିଁଲେ ଜେଲ୍ର ଅଗଣା ମଧ୍ୟ ବ୍ୟବହାର କରିପାରିବେ। ମାଲ୍ୟା କିନ୍ତୁ ବାରମ୍ବାର କହିଥିଲେ ଯେ, ଭାରତରେ ଥିବା ଜେଲଗୁଡିକରେ ପ୍ରାକୃତିକ ପବନ ଓ ସୂର୍ଯ୍ୟ କିରଣ ପଡେନାହିଁ। ଜୁଲାଇ ୩୧ରେ ଏହାର ବିଚାର କରି କୋର୍ଟ ଭାରତକୁ ଜେଲର ଭିଡିଓ ଦାଖଲ କରିବାକୁ କହିଥିଲେ। ଭିଡିଓ କୋର୍ଟରେ ଦାଖଲ ହୋଇଛି ଓ ଏହାର ପରବର୍ତ୍ତୀ ଶୁଣାଣି ଆଗାମୀ ଡିସେମ୍ବର ୧୨ରେ ହେବ ବୋଲି ସୂଚନା ମିଳିଛି।