କନ୍ୟାକୁ ନେବା ପାଇଁ ବର ଏକା ପହଞ୍ଚିବା ପରେ ଚପଲ ମାଳ ଦେଇ ସ୍ୱାଗତ କଲେ କନ୍ୟାପକ୍ଷ, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ !
କାନ୍ପୁର୍ : ଉତ୍ତର ପ୍ରଦେଶ କାନ୍ପୁର୍ରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ବିବାହ ଦିନ ଜଣେ ଯୁବକ ବରଯାତ୍ରୀ ନ ନେଇ ଏକା ଏକା କନ୍ୟା ଘରେ ପହଞ୍ଚିଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ଥିଲା ବରର ଏକା ଆସିବାର କାରଣ । ଯାହାକୁ ଶୁଣିବା ପରେ କନ୍ୟାର ପିତା ଚପଲ ମାଳ ଦେଇ ବରକୁ ସ୍ୱାଗତ କରିବା ସହ ପୁଲିସକୁ ଡ଼ାକିବା ପାଇଁ ବାଧ୍ୟ ହୋଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସଜେତି ଥାନା ଅଞ୍ଚଳରେ ରହୁଥିବା ରାମ କୁମାର ନିଜ ଝିଅର ବିବାହ ରାୟବରେଲିର ବାସିନ୍ଦା ମନୀଷଙ୍କ ସହ ସ୍ଥିର କରିଥିଲେ । ଦୁଇ ଜଣଙ୍କ ବିବାହ ରବିବାର ହେବ ବୋଲି ସ୍ଥିର କରାଯାଇଥିବା ବେଳେ ପ୍ରାୟ ୨୦୦ଜଣ ବରଯାତ୍ରୀଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା । ସମସ୍ତେ ବରଯାତ୍ରୀଙ୍କ ପାଇଁ ଅପେକ୍ଷା କରିଥିବା ବେଳେ କନ୍ୟାକୁ ନେବା ପାଇଁ ବର ଏକା ପହଞ୍ଚିଥିଲା । ଏହାର କାରଣ ପଚରାଯିବାରୁ ସେ କହିଥିଲେ, ‘ମୋର ପରିବାର ଲୋକେ ଏହି ବିବାହରେ ଖୁସି ନାହାନ୍ତି ଏବଂ ମୁଁ କୌଣସି ବିଧାୟକଙ୍କ ଭଣଜା ନୁହେଁ । ମୁଁ ଆପଣଙ୍କ ଝିଅକୁ ଭଲ ପାଉଥିବାରୁ ଏପରି ମିଛ ପରିଚୟ ଦେଇଥିଲି।’
ଏ ବିଷୟରେ ଜାଣିବା ପରେ ରାମ କୁମାର ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସିବା ପରେ ମନୀଷ ତାଙ୍କ ଆଗରେ ସବୁ ସତ ମାନି ଯାଇଥିଲେ । ଏହା ପରେ ଏହି ମାମଲାର ସମାଧାନ ପୁଲିସ ପାଇଁ ମନୀଷଙ୍କୁ ରଖି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ପୂର୍ବ ବର୍ଷ ରାମ କୁମାର ତାଙ୍କ ଝିଅକୁ ଏସ୍ଏସ୍ଏସ୍ସି ପରୀକ୍ଷା ଦେବା ପାଇଁ ଅମେଥି ନେଇଥିବା ବେଳେ ମନୀଷ ଏବଂ ରାମ କୁମାରଙ୍କ ଝିଅଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ମନୀଷ ନିଜକୁ ଜଣେ ବ୍ଲକ୍ କର୍ମଚାରୀ ଏବଂ ବିଧାୟକଙ୍କ ଭଣଜା ବୋଲି ପରିଚୟ ଦେଇଥିଲେ ।