କାର୍‌ରେ ଶବ ନେଇ ଆମେରିକା ଥାନାରେ ପହଞ୍ଚିଲେ ଭାରତୀୟ ବଂଶୋଦ୍ଭବ ଇଞ୍ଜିନିୟର୍‌, ଅନ୍ୟ ତିନି ଜଣଙ୍କୁ ହତ୍ୟା କରିଥିବା କହିଲେ

ସାନ୍‌ ଫ୍ରାନ୍‌ସିସ୍‌କୋ: କାର୍‌ରେ ଜଣଙ୍କ ଶବ ନେଇ ଉତ୍ତର କାଲିଫର୍ଣ୍ଣିଆର ଏକ ଥାନାରେ ପହଞ୍ଚି ୩୫୦ କିଲୋମିଟର୍‌ ଦୂରରୁ ନିଜ ଆପାର୍ଟମେଣ୍ଟ୍‌ରେ ଆଉ ତିନି ଜଣଙ୍କୁ ହତ୍ୟା କରିଛନ୍ତି ବୋଲି ସ୍ୱୀକାର କରିଥିବା ଜଣେ ୫୩ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଇଞ୍ଜିନିୟର୍‌ ଗିରଫ ହୋଇଛନ୍ତି।

ଚାରି ମୃତ ବ୍ୟକ୍ତି ସନ୍ଦିଗ୍ଧ ଶଙ୍କର ନାଗପ୍ପା ହାଙ୍ଗୁଡ଼ଙ୍କର ସମ୍ପର୍କୀୟ ବୋଲି ମଙ୍ଗଳବାର ଦିନ ରୋଜ୍‌ଭାଇଲ୍‌ ଥାନା ବିଭାଗର କ୍ୟାପ୍‌ଟେନ୍‌ ଜୋସୁଆ ସାଇମନ୍‌ କହିଛନ୍ତି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପ୍ରାପ୍ତ ବୟସ୍କ ଏବଂ ଦୁଇ ଜଣ ତରୁଣ। ନିହତ ବ୍ୟକ୍ତିମାନଙ୍କ ସମ୍ପର୍କରେ ପୁଲିସ ଅଧିକ କିଛି କହି ନାହିଁ।

ଲାଲ୍‌ ରଙ୍ଗର ମାଜ୍‌ଦା ୬ କାର୍‌ ଚଳାଇ ହାଙ୍ଗୁଡ଼ ମାଉଣ୍ଟ୍‌ ସାସ୍ତା ସହରର ଥାନାରେ ଠିକ୍‌ ମଧ୍ୟାହ୍ନ ପରେ ପରେ ପହଞ୍ଚି ପୁଲିସକୁ କହିଲେ କି, ସେ ରୋଜ୍‌ଭାଇଲ୍‌ ସହରର ପ୍ଲେସର୍‌ କାଉଣ୍ଟି ସହରରେ ଥିବା ତାଙ୍କ ଆପାର୍ଟମେଣ୍ଟ୍‌ରେ ଲୋକମାନଙ୍କୁ ହତ୍ୟା କରିଛନ୍ତି।

ହାଙ୍ଗୁଡ଼ ଜଣେ ଡାଟା ସ୍ପେସାଲିଷ୍ଟ୍‍ ଏବଂ ସାକ୍ରେମେଣ୍ଟୋ ଅଞ୍ଚଳର କେତେଗୁଡ଼ିଏ କମ୍ପାନିରେ କାମ କରିଛନ୍ତି। ଜାମିନ ମିଳିବ ନାହିଁ ବୋଲି କହି ପୁଲିସ ତାଙ୍କୁ ଜେଲ୍‌ ପଠାଇ ଦେଇଛି।

ସମ୍ବନ୍ଧିତ ଖବର