ମାତ୍ର ୫ ଟଙ୍କା ପାଇଁ ଚାଷୀଙ୍କୁ ପିଟିପିଟି ହତ୍ୟା କଲେ ଦୋକାନୀ !

ଇନ୍ଦୋର : ଦୁନିଆରେ ଟଙ୍କା ପାଇଁ ବିଭିନ୍ନ ପ୍ରକାରର ଅପରାଧ ଘଟୁଥିବାର ଦେଖିବାକୁ ମିଳୁଛି । ନିକଟରେ ସେହିଭଳି ଏକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ଦେଖିବାକୁ ମିଳିଛି । ମାତ୍ର ୫ ଟଙ୍କା ପାଇଁ ଦୋକାନୀ ଜଣେ ଚାଷୀଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଖାଇବା ପରେ ୫ ଟଙ୍କାର ପାଣି ପାଉଚ୍‌ର ମୂଲ୍ୟ ଦେଇ ନପାରିଥିବାରୁ ଇନ୍ଦୋର ପାଖରେ ଥିବା ସିମ୍‌ରୋଲର ଏକ ଢ଼ାବାରେ ଚାଷୀଙ୍କୁ ଢ଼ାବା ମାଲିକ ପିଟିପିଟି ହତ୍ୟା କରିଛନ୍ତି । ତେବେ ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦର ରିପୋର୍ଟକୁ ଅପେକ୍ଷା କରିଛି ।

Catch News

ଘଟଣା ଅନୁଯାୟୀ, ଢ଼ାବାରେ ଖାଦ୍ୟ ଖାଇବା ପରେ ଚାଷୀ ଧର୍ମେନ୍ଦ୍ର ସମସ୍ତ ବିଲ୍‌ ପୈଠ କରିବା ପରେ ୫ଟଙ୍କାର ପାଣି ପାଉଚ୍‌ କିଣିଥିଲେ ।ମାତ୍ର ଧର୍ମେନ୍ଦ୍ରଙ୍କ ପାଖରେ ଏହାର ମୂଲ୍ୟ ଦେବାକୁ ଟଙ୍କା ନଥିଲା । ଏହାକୁ ନେଇ ଉଭୟ ଚାଷୀ ଏବଂ ଢ଼ାବା ମାଲିକଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ଏହା କ୍ରମଶଃ ବଢ଼ିବା ସହ ଶେଷକୁ ଢ଼ାବା ମାଲିକ ସତୀଶ ତାଙ୍କ ଭାଇମାନଙ୍କ ସହ ଧର୍ମେନ୍ଦ୍ରଙ୍କୁ ମାରପିଟ୍‌ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ଚାଷୀ ଅଚେତ ହୋଇଯାଇଥିବା ସହ ତାଙ୍କୁ ଗମ୍ଭୀର ଅବସ୍ଥାରେ ଡ଼ାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ୍‌ ମୃତଶରୀରର ବ୍ୟବଛେଦ ପାଇଁ ତାଙ୍କୁ ସରକାରୀ ଡ଼ାକ୍ତରଖାନାକୁ ପଠାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାଟିର ତଦନ୍ତ ଚାଲୁ ରହିବା ସହ ବ୍ୟବଛେଦ ରିପୋର୍ଟ ପରେ ହିଁ ପୁଲିସ୍‌ କୌଣସି ପଦକ୍ଷେପ ନେବା ବୋଲ ି ସୂଚନା ପ୍ରଦାନ କରିଛି।

ସମ୍ବନ୍ଧିତ ଖବର