ସେକ୍ସ ରାକେଟ୍ ସହିତ ଜଡିତ ଥିଲା ନିଜ ପତ୍ନୀର ଗଣଦୁଷ୍କର୍ମ କରାଇଥିବା ଅଭିଯୁକ୍ତ ବିଲଡର ରାଜେଶ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଶିକ୍ଷୟିତ୍ରୀ ପତ୍ନୀର ଗଣଦୁଷ୍କର୍ମ କରାଇଥିବା ବିଲଡର ରାଜେଶ ବର୍ମା ସେକ୍ସ ରାକେଟ୍ ସହିତ ସହିତ ମଧ୍ୟ ଜଡିତ ଥିଲା। ସହରର ତିନିଟି ବଡ ହୋଟେଲକୁ ଆସୁଥିବା ବିଦେଶୀ ଏସକର୍ଟଙ୍କ ଭ୍ରମଣ ଟିକେଟ୍ ରାଜେଶ ନିଜ ସାଙ୍ଗଙ୍କ ଦ୍ଵାରା କରାଉଥିଲା। ଏସକର୍ଟର ଝିଅମାନଙ୍କୁ ରାଜେଶ ନିଜ ଫାର୍ମ ହାଉସରେ ମଧ୍ୟ ରଖୁଥିଲା। ପୁଲିସକୁ ଏହାର ପ୍ରମାଣ ମାମଲାର ତଦନ୍ତ କରିବା ସମୟରେ ମିଳିଛି।

ତଦନ୍ତ କାଳରେ ଏହା ବି ଜଣା ପଡିଛି ଯେ ବିଦେଶୀ ଝିଅମାନଙ୍କୁ ରାଜେଶ ଅତ୍ୟନ୍ତ ପସନ୍ଦ କରୁଥିଲା । ତାକୁ ପର୍ଣ୍ଣ ଫିଲ୍ମ ଦେଖିବାର ନିଶା ମଧ୍ୟ ଥିଲା । ବିଦେଶୀ ଝିଅମାନଙ୍କୁ ‌ସେ ପର୍ଣ୍ଣ ଫିଲ୍ମ ‌ଶୈଳୀରେ ଶାରିରୀକ ସମ୍ପର୍କ ରକ୍ଷା କରିବାକୁ କହୁଥିଲା। ସେ ଯେତେବେଳେ ବାହାରକୁ ବୁଲିବାକୁ ଯାଉଥିଲା ସେତେବେଳେ ସେ ସେହି ହୋଟେଲମାନଙ୍କରେ ହିଁ ରହୁଥିଲା ଯେଉଁ ହୋଟେଲ ଗୁଡିକରେ ବିଦେଶୀ ଝିଅ ଅଧିକ ରହୁଥିଲେ। ସେ ଦୁବାଇ ଓ ବ୍ୟାଙ୍କକ୍ ମଧ୍ୟ ବୁଲିବାକୁ ଯାଇଥିଲା।

ପୁଲିସ ଅନୁସାରେ ରାଜେଶକୁ ବଞ୍ଚାଇବା ପାଇଁ ତାର ୨ ଜଣ ଘନିଷ୍ଠ ସାଙ୍ଗ ସାହାଯ୍ୟ କରିଛନ୍ତି। ଜଣେ ସାଙ୍ଗ ଏବେ ବି ବାହାରୁ ସାହାଯ୍ୟ କରୁଛି। ସେ ଟ୍ରାଭେଲ୍ସର କାମ କରିଥାଏ । ଅନ୍ୟ ଜଣେ ଆଇଟି ବିଶେଷଜ୍ଞ ଅଟେ। ସେ ରାଜେଶର ମୋବାଲରୁ ସମସ୍ତ ତଥ୍ୟ ହଟେଇବାରେ ସାହାଯ୍ୟ କରିଛି। ପୁଲିସ ଡିଲିଟ୍‌ ତଥ୍ୟଗୁଡିକୁ ପୁନଃ ସଂଗ୍ରହ କରିବା ପାଇଁ ଲ୍ୟାବ୍ ଓ ଆଇଟି ବିଶେଷଜ୍ଞଙ୍କ ସାହାଯ୍ୟ ନେଉଛି।

ରାଜେଶ ଇନ୍ଦୋରର ତିନିଟି ହୋଟେଲକୁ ସବୁଠୁ ଅଧିକ ଯାଉଥିଲା। ସେ ବର୍ଷରେ ଥରେ ଗୋଆ ଓ ଜୟପୁର ଯିବାର ଯୋଜନା କରୁଥିଲା। ଏହି ସ୍ଥାନଗୁଡିକରେ ବି ତା ପାଇଁ ହୋଟେଲ୍ ବୁକିଂ କରା ହେଉଥିଲା। ହୋଟେଲ ସହିତ ପବ୍ ଥିବା ସ୍ଥାନଗୁଡିକରେ ସେ ରହିବାକୁ ପସନ୍ଦ କରୁଥିଲା।

ସମ୍ବନ୍ଧିତ ଖବର